ବ୍ୟାଟଧରି ମଇଦାନରେ ଇଂଲଣ୍ଡ ଟିମ

ବ୍ୟାଟଧରି ମଇଦାନରେ ଇଂଲଣ୍ଡ ଟିମ

ଶେଷ ହୋଇଛି ସବୁ ପ୍ରତୀକ୍ଷାର ଅନ୍ତ ଆରମ୍ଭ ହୋଇଛି ବଡ ଲଢେଇ । 5 ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ହେବ ବଡ ଧରଣର ଲଢେଇ। ହଁ ଦର୍ଶକବନ୍ଧୁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଦୁଇଟି କ୍ରିକେଟ ଟିମ । ଏହାପରେ ଟସ ଜିତିଲା ଇଂଲଣ୍ଡ । ବ୍ୟାଟିଂ କରିବ ଇଂଲଣ୍ଡ । ଫିଲଡିଂ କରିବ ଭାରତ । ଡାହଣ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିବାରୁ କୋହଲି ପ୍ରଥମ ଦିନିକିଆରୁ ଓହରି ଯାଇଥିଲେ । କିନ୍ତୁ ସୁସ୍ଥ ହୋଇ ବିରାଟ କୋହଲି ଆଜି ଗ୍ରାଉଣ୍ଡକୁ ଓହ୍ଲେଇଛନ୍ତି । କ୍ରିକେଟ ମ୍ୟାଚ ଦେଖିବା ପାଇଁ ଫ୍ୟାନସଙ୍କ ମଧ୍ୟରେ ଉତ୍ସାହ ବଢିଛି ଏବଂ ବାରବାଟୀ ଷ୍ଟାଡିୟମରେ କ୍ରିକେଟପ୍ରେମୀଙ୍କ ଖଚାଖଚ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି । ୫ ବର୍ଷ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଖେଳ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ରହିଛି। ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି। ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ଏଠାରେ ଭାରତୀୟ ଦଳ ମୋଟ ଉପରେ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଥିଲା ବେଳେ ୧୩ଟି ମ୍ୟାଚ୍ ଜିତିଛି। ମାତ୍ର ୪ଟି ହାରିଛି । ୨୦୧୯ ମସିହାରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜ୍‌କୁ ଭେଟିଥିଲା। ଏଥର ମଧ୍ୟ ଭାରତ ସେହି ସଫଳତା ଦୋହରାଇ ଇଂଲଣ୍ଡ ବିପକ୍ଷରେ ବାରବାଟୀରେ ହିଁ ଶୃଙ୍ଖଳା ବିଜୟର ସଫଳତା ଛୁଇଁବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *