ଭକ୍ତଙ୍କ ଗୋଟିଏ କଲ୍ ମୋହନଙ୍କ ଛାତିରେ ଛନକା !

ଭକ୍ତଙ୍କ ଗୋଟିଏ କଲ୍ ମୋହନଙ୍କ ଛାତିରେ ଛନକା !

ଆରମ୍ଭ ହେଲା କଂଗ୍ରେସର ନୂଆ ଅଭିଯାନ । କାଜ୍ୟରେ ମଜଭୁତ ହେଉଛି କଂଗ୍ରେସ । ଦୀର୍ଘ 8 ଆସ ହେବ ନିଷ୍କ୍ରିୟ ରହିଥିବା କଂଗ୍ରେସ ଏବେ ସକ୍ରିୟ ହୋଇଉଠିଛି । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ନୂଆ ରୂପରେ ନିଜର ଯାତ୍ରା ଆରମ୍ଭ କରିଛି । ରାଜ୍ୟରେ କଂଗ୍ରେସର ସ୍ଥିତି ଜଟିଳ ରହିଥିଲେ ମଧ୍ୟ ସରକାରଙ୍କୁ ଘାଇଲା କରିବାରେ ବିରୋଧି ଦଳ କଂଗ୍ରେସ କେବେ ଫେଲ ମାରିନାହିଁ । ଗୋଟିଏ ପରେ ଗୋଟିଏ ରଣନୀତି କରି ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ହଜାର ହଜାର କର୍ମୀ । ଖୋଦ ବିଧାୟକମାନେ ମଧ୍ୟ ବିଧାନସଭା ଅଧିବେଶନ ସମୟରେ ଶାସକ ଦଳକୁ ନାକରେ ପାଣି ପିଆଇଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ରହିଛି ଯାହାଦ୍ୱାରା ରାଜ୍ୟର ଆ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ନାରୀ ଅତ୍ୟାଚର ଗଣଦୁର୍ଷ୍କର୍ମ ବୃଦ୍ଧି ପାଉଛି । ବାରମ୍ୱାର ବିରୋଧି ଦଳ କଂଗ୍ରେସ ଏ ନେଇ ସରକାରଙ୍କୁ ବିରୋଧ କରିଆସୁଥିଲେ ସୁଦ୍ଦା ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି । ତଥାପି ପଛଘୁଞ୍ଚା ଦେଇନାହିଁ ରାଜ୍ୟ କଂଗ୍ରେସ । କଂଗ୍ରେସକୁ ଆହୁରି ସୃଦୁଢ କରିବା ପାଇଁ ନୂଆ ଲଢୁଆ ସୈନିକ ଖୋଜିବା ଆରମ୍ଭ କରିଦେଇଛନ୍ତି ପିସିସି ସଭାପତି ଭକ୍ତଦାସ । ଜିଲ୍ଲାରେ ସ୍ତରରେ କଂଗ୍ରେସର ସଙ୍ଗଠନକୁ ମଜଭୁତ କରିବା ପାଇଁ 500 ବିପ୍ଲବୀ ଖୋଜୁଛନ୍ତି ଭକ୍ତ । ଦଳରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନରହି ମଧ୍ୟ ଦଳକୁ ପରିଚାଳନା କରିବେ । ଗାଁ ଗାଁରେ ପିସିସି ସଭାପତି ଭକ୍ତ ଦାସଙ୍କ ଏହି ଅଭିଯାନ ଆରମ୍ଭ ହୋଇଯାଇଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି କଂଗ୍ରେସର ଟିମ ସ୍ଥିତି ମଧ୍ୟ ପରଖୁଛନ୍ତି । କିନ୍ତୁ ଭକ୍ତ ଦାସ ଫେବୃୟାରୀ ମାସରୁ ପିସିସି ସଭାପତି ଭାବେ ଦାୟିତ୍ୱ ନେଇଥିଲେ ସୁଦ୍ଧା ଭକ୍ତ ନିଜର ଟିମ ଗଠନ କରିପାରିନାହାନ୍ତି । ଯେଉଁଥିପାଇଁ ଭକ୍ତ ଏବେ ନିଜ ଟିମ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବରିଷ୍ଠ ଓ ଯୁବ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଭକ୍ତଦାସ ସମସ୍ତଙ୍କୁ ଦାୟିତ୍ୱ ବାଣ୍ଟିବେ । ଧୀରେ ଧୀରେ ଭକ୍ତ ନିଜ ଦଳକୁ ମଜଭୁତ କରିବା ପାଇଁ ପ୍ରୟାସ କରିଥିବା ବେଳେ ସେପଟେ ସରକାରଙ୍କୁ ଗାଦି ଚାଲିଯିବା ନେଇ ଭୟ ଲାଗିଲାଣି ।

ଏପଟେ ସରକାରଙ୍କୁ ରାଜ୍ୟରେ ତିନିଶହ ଦିନ ପୂର୍ତ୍ତି ହୋଇସାରିଛି କିନ୍ତୁ ଏବେ ପର୍ଯ୍ୟନ୍ତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ । ଖୋଦ ବିଜେପି ଦଳର ସ୍ଥିତି ଯେତେବେଳେ ଅସମ୍ଭାଳ ରାଜ୍ୟ କଥା ଆଉ କଣ ବା କହିବା । ପରନ୍ତୁ ସରକାରଙ୍କ ଭୁଲ ଗଣି ତାଙ୍କୁ ଘାଇଲା କରିବାରେ କଂଗ୍ରେସ ଦଳ ଫେଲ ମାରିନାହିଁ । ଦେଖିବାକୁ ବାକି ରହିଲା କଂଗ୍ରେସ ନିଜର ନୂଆ ଟିମ ଗଠନ କରିବା ପରେ ଶାସକ ଦଳକୁ କେଉଁ କେଉଁ ବିସ୍ପୋରଣର ସାମ୍ନା କରିବାକୁ ପଡୁଛି ।

author

Related Articles

Leave a Reply

Your email address will not be published. Required fields are marked *