ଭକ୍ତ ଦେଲେ ଅଫର, ବଢିଲା ବିଜେଡିର ଚିନ୍ତା !

ଭକ୍ତ ଦେଲେ ଅଫର, ବଢିଲା ବିଜେଡିର ଚିନ୍ତା !

ଆଗକୁ ବିଜେଡିରେ ପୁଣି ହେବ କି ବଡ ହଲଚଲ । ବିଜେଡି ପାଇଁ କାଳ ସାଜିବ କି ଭକ୍ତଙ୍କ ଅଫର । ହଁ ଆଜ୍ଞା, ରାଜ୍ୟ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ଫର୍ମକୁ ଫେରିବାକୁ ଚେଷ୍ଟା କରୁଛି କଂଗ୍ରେସ । ଏଥିପାଇଁ ଦଳରୁ ବିହଷ୍କୃତ ହୋଇଥିବା ନେତାଙ୍କ ଉପରୁ ନିଲମ୍ବନ ହଟାଇବା ସହ ସେମାନଙ୍କୁ ପୁଣି ଥରେ ଦଳରେ ଆସି କାମ କରିବାର ସୁଯୋଗ ମିଳିଛି । ଯାହାର ଆରମ୍ଭ ଭେଟେରାନ ନେତା ସୁରେଶ ରାଉତରାୟଙ୍କ ଠାରୁ ଆରମ୍ଭ ହୋଇଛି । ଆଉ ସୁରଙ୍କ ପରେ ପରେ କାହା ପାଳି ପଡିବ ସେନେଇ ଚର୍ଚ୍ଚା ମଧ୍ୟ ଚାଲିଛି ।

ତେବେ ନିର୍ବାଚନ ପୂର୍ବରୁ ଅନେକ କଂଗ୍ରେସ ନେତା କଂଗ୍ରେସର ହାତ ଛାଡି ଶଙ୍ଖ ଶିବିରକୁ ଆସିଥିଲେ । ଆଉ ଏମାନେ ପୁଣି ନିଜ ଘର ବାହୁଡିପାରନ୍ତି ବୋଲି ସେ ସମ୍ଭାବନାକୁ ବି ଏଡାଇ ଦିଆଯାଇନପାରେ । ତେବେ କୁହାଯାଉଛି କି ସୁରଙ୍କ ପରେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ଦଳକୁ ଫେରିପାରନ୍ତି ବୋଲି । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ହାରିଯାଇଥିବା ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡି ୨୦୨୧ ଡିସେମ୍ବର ୬ତାରିଖରେ ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ଗତ ନିବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିଲା । ପରେ ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ ଦଳର ସଭାପତି ନବୀନ ପଟ୍ଟନାୟକ । ଆଉ ଏବେ ପୁରୁଣା ଦଳ ନିଜ ଅଗଣା ପୁରୁଣା ନେତାଙ୍କ ପାଇଁ ଖୋଲିଥିବା ବେଳେ ଦଳରେ ଅସନ୍ତୁଷ୍ଟ ଥିବା ପ୍ରଫୁଲ୍ଲ ପୁଣି କଂଗ୍ରେସକୁ ଫେରିପାରନ୍ତି ବୋଲି କୁହାଯାଉଛି ।

ତେବେ କେବଳ ପ୍ରଫୁଲ୍ଲ ମାଝୀ ନୁହନ୍ତି , ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ ସୁରେନ୍ଦ୍ର ସିଂ ଭୋଇ, ପ୍ରଦୀପ ମାଝୀ, ଅଂଶୁମାନ ମହାନ୍ତିଙ୍କ ଭଳି ନେତା ବିଜେଡିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢି ହାରିଥିଲେ । ପୂର୍ବତନ ବିଧାୟକ ଭୁପିନ୍ଦର ସିଂ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ଦଳ ତାଙ୍କୁ ବି ଟିକେଟ୍ ଦେଇନଥିଲା । ଆଉ ବିଜେଡିର ପରାଜୟ ପରେ ଅସନ୍ତୋଷ ଜାହିର କରିଥିଲେ ଭୁପିନ୍ଦର । ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ କଂଗ୍ରେସ ଛାଡି ଚାଲିଯାଇଥିଲେ । ତେଣୁ ପିସିସିର ନିବେଦନ ପରେ କିଛି ବରିଷ୍ଠ ନେତା ଦଳକୁ ଫେରିବା ନେଇ ଚର୍ଚ୍ଚା ହେଉଛି । ତେବେ ଯଦି ଏପରି ହୁଏ ତେବେ ବିଜେଡି ଶିବିରରେ ପୁଣି ନେତାଙ୍କୁ ନେଇ ମାନସମନ୍ଥନ ହୋଇପାରେ ବୋଲି ସେ ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ତେବେ ଦେଖାଯାଉ କଂଗ୍ରେସର ନୂଆ ସଭାପତିଙ୍କ ଏହି ମାଷ୍ଟରଷ୍ଟ୍ରୋକ ସରକାରଙ୍କ ପାଇଁ ନା ତ ବିରୋଧୀ ବିଜେଡି ପାଇଁ କାଠିକର ପାଠ ସାଜୁଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *