ପ୍ରାୟତଃ ଛୋଟ ଛୁଆ ମାନେ ନୁଡୁଲସ୍ ଖାଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ଦେଶରେ ଏପରି ଗୋଟିଏ ମନ୍ଦିର ଅଛି ଯେଉଁଠାରେ ସେଠାରେ ଥିବା ଦେବୀଙ୍କୁ ନୁଡୁଲସ୍ ଭୋଗ ଲାଗିଥାଏ । ଠାକୁରଙ୍କ ପାଖରେ ମିଠା କି ଫଳ ଭୋଗ ଲାଗିଥିବା ବେଳେ ଏଠାରେ ନୁଡୁଲସ୍ ପୂଜା ହୋଇଥାଏ । କୋଲକାତାର ଟାଙ୍ଗ୍ରି କ୍ଷେତ୍ରରେ ରହିଛି ମାଆ କାଳୀଙ୍କ ମନ୍ଦିର । ଏହି ମନ୍ଦିରକୁ 20 ବର୍ଷ ପୂର୍ବେ ଉଭୟ ବଙ୍ଗୀୟ ଓ ଚାଇନିଜ୍ ମାନେ ନିର୍ମାଣ କରିଥିଲେ । ମନ୍ଦିର ନିର୍ମାଣ ପୂର୍ବରୁ ଏହି ଦେବୀଙ୍କୁ ଗୋଟିଏ ଗଛ ମୂଳରେ ପୂଜା କରାଯାଉଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକଦା ଜଣେ ଚାଇନିଜ ଯୁବକ ଅସୁସ୍ଥ ହୋଇପଡିଥିଲା ତେଣୁ ତାର ପିତା ମାତା ସେହି ଗଛ ମୂଳେ ଦେବୀଙ୍କୁ ପୂଜା କରିବା ଦ୍ୱାରା ତାଙ୍କ ପୁଅ ସୁସ୍ଥ ହୋଇଥିଲା ତେଣୁ କରି ସେବେଠାରୁ ସେଠାକୁ ଆସୁଥିବା ଚାଇନିଜ ଲୋକମାନେ ନିଜ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦେବୀଙ୍କୁ ନୁଡୁଲସ ପୂଜା କରିଥାନ୍ତି ।

You can share this post!
author
Related Articles
ଆପ ବିଧାୟକଙ୍କ ଏମିତି କାଣ୍ଡ,ନିଜକୁ ବନ୍ଧୁକରେ……
- January 11, 2025
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024