ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଘଟିଛି ଏକ ଦୁଃଖଦ ଘଟଣା। ଗଜପତି ଏ ଡି ଏମ ଶ୍ରୀ ବିରେନ୍ଦ୍ର କୁମାର ଦାସ ଗତ କାଲି ଏକ ନୈଶ୍ୟ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇ ଜଗନ୍ନାଥଙ୍କ ଭଜନ ଗାଉ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର MKCG ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଶୁଣିବାକୁ ମିଳିଛି। ଯାହା ଫଳରେ ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ସୂଚନା ପ୍ରକାରେ ଉଚ୍ଚ ରକ୍ତ ଚାପ ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିଲେ। ଏହା ପରେ ସେ ଗୁରୁତ୍ତର ହୋଇ ମୃତ୍ୟୁବରଣ କରିଥିବା ଖବର ମିଳିଛି।