ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଆବାହକତ୍ୱରେ ବୁଧବାର ” ବିଭାଜନ ବିଭୀଷିକା” ସୃତି ଦିବସ ପାଳନ ଅବସରରେ ହର ଘର୍ ତ୍ରିରଙ୍ଗା,ଘର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ବାଇପାସ ରୋଡ଼ରେ ଥିବା ବୀର ଚକରା ବିଷୋୟୀ ଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀ ନାୟକ ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା। ୧୦୦ ମିଟର ଲମ୍ବର ତ୍ରିରଙ୍ଗା ଧରି ଉଭୟ ବିଧାୟକ ଓ ସାଂସଦ ଙ୍କ ସମେତ ବହୁ ବିଜେପି କର୍ମୀ ଏବଂ ଅଞ୍ଚଳବାସୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।ପ୍ରଥମେ ଚକରା ବିଷୋୟୀ ଛକରୁ ବାହାରି ଭେଜିପୁଟ,ଖାଲାସୀ ସାହି,ମେନରୋଡ଼ ଦେଇ ସ୍ଥାନୀୟ ଟାଉନ ହଲ ଠାରେ ଏହି ଯାତ୍ରା ଶେଷ ହୋଇଥିଲା। ଦେଶ ମାତୃକାର ସେବା କରିବାକୁ ବିଧାୟକ ଓ ସାଂସଦ ସମସ୍ତ ଙ୍କୁ ଏହି କାର୍ଯ୍ୟକ୍ରମରେ ଆହ୍ୱାନ ଦେଇଥିଲେ। ଏହା ପରେ ଟାଉନ ହଲରେ ବିଜେପି ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ “ବିଭାଜନ ବିଭୀଷିକା” ସୃତି ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଙ୍କ ପୌରାହିତ୍ୟରେ ଏହି କାଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ ନାୟକ,ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ,ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ,ମୁଖ୍ୟ ବକ୍ତା ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଯୋଗ ଦେଇ ଏହି ଦିବସ ପାଳନର ଉଦ୍ଦେଶ୍ୟ ଏବଂ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ କୁ ନିନ୍ଦା କରିବା ସହ ଦେଶବାସୀ ଏକାଠି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିସ୍ଥିତିକୁ ସାମ୍ନା କରିବାକୁ ପରାମର୍ଶ ଦେଇଥିଲେ।

You can share this post!
author