ରକ୍ତର କୌଣସି ବିକଳ୍ପ ନାହିଁ ତେଣୁ ଏହାର ଅଭାବରେ ବହୁ ମୂଲ୍ୟବାନ ଜୀବନ ଚାଲି ଯାଉଛି।ଏହି ସମସ୍ୟା କୁ ଦୂର କରିବା ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଶିବିରରେ ମୋଟ ୧୧୬ୟୁନିଟ ରକ୍ତ ସଂଗୃହିତ ହୋଇଛି।ସେଥି ମଧ୍ୟରେ ରିଓ ଚ୍ୟାନେଲର ଭଞ୍ଜନଗର ପ୍ରତିନିଧି ଜୟକୃଷ୍ଣ ପଟ୍ଟନାୟକ ନିଜର ୭୩ତମ ରକ୍ତଦାନ କରିଥିଲେ ଏବଂ ୫ଜଣ ମହିଳା ତାକ୍ତଦାତାଙ୍କ ସମେତ ବିଭିନ୍ନ ସ୍ଥାନରୁ ବହୁ ଯୁବକ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଏହି ଅବସରରେ ଆୟୋଜିତ ଏକ ସଭାରେ ରକ୍ତର ଆବଶ୍ୟକତା ଓ ଏହାର ଉପକାରିତା ସମ୍ପର୍କରେ ବିଧାୟକ ଶ୍ରୀ ନାୟକ,ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥୀ, ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଓ କିଛି ମହିଳା ରକ୍ତଦାତା ନିଜର ମତ ଦେଇଥିଲେ।ଶେଷରେ ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଭଞ୍ଜନଗର ରକ୍ତଭଣ୍ଡାର ର ସମସ୍ତ କର୍ମଚାରୀ ଓ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ।

You can share this post!
author