ଭଦ୍ରକ ବୁଲିଲେ ପ୍ରଭାତୀ…ହେଲେ ସାମିଲ ହେଲେନି ସୂର୍ଯ୍ୟବଂଶୀ !

ଭଦ୍ରକ ବୁଲିଲେ ପ୍ରଭାତୀ…ହେଲେ ସାମିଲ ହେଲେନି ସୂର୍ଯ୍ୟବଂଶୀ !

ନିଜ ଜିଲ୍ଲାରେ ଚାଷୀଙ୍କ ପାଖକୁ କାହିଁକି ଗଲେନି ସୂର୍ଯ୍ୟବଂଶୀ ସୂରଜ ? ପ୍ରଭାତୀ ବୁଲିଲେ ହେଲେ ଦେଖାଦେଲେନି ସୂରଜ । ହଁ ଆଜ୍ଞା, ଭଦ୍ରକ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଲଘୁଚାପ ଜନିତ ବର୍ଷା କାରଣରୁ ସାରା ରାଜ୍ୟରେ ଚାଷୀକୂଳ ହନ୍ତସନ୍ତ ହେଉଛନ୍ତି । ସୁନାର ଫସଲ ଚାଷୀଙ୍କ ଆଖି ସାମ୍ନାରେ ଉଜୁଡି ଯାଇଛି । ଧାନ ବିଲରେ ଧାନ ନଷ୍ଟ ଦେଖି ଚାଷୀ ଆତ୍ମହତ୍ୟା କରୁଛନ୍ତି । ଯାହାର ସମାଧାନ ପାଇଁ ଏବେ ବିଜେପି ସରକାର ତତ୍ପରତା ଦେଖାଇ ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ସହ ସିଧାସଳଖ କଥା ହେଉଛନ୍ତି । ସେମାନଙ୍କ କ୍ଷୟକ୍ଷତିର ଆକଳନ କରିବା ସହ ଖୁବଶୀଘ୍ର ଭରଣା ଦିଆଯିବା ନେଇ ପ୍ରତିଶୃତି ଦେଉଛନ୍ତି । କିନ୍ତୁ ଏ ଦିଗରେ ଟିକେ ପଛେଇ ଯାଇଛନ୍ତି ସୂଯ୍ୟବଂଶୀ ସୂରଜ । ଏପରିକି ନିଜ ଜିଲ୍ଲାରେ ମଧ୍ୟ ସେ ଚାଷୀଙ୍କ ପାଖକୁ ଯାଇ ସେମାନଙ୍କ ସୁଖ ଦୁଖ ବୁଝିଥିବା ଦେଖିବାକୁ ମିଳିନି ।

ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଚାଷୀଙ୍କ ପାଖକୁ ଯାଇ ସେମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ଏହି କ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଚାଷୀଙ୍କ ସହ କଥା ହୋଇଥିବା ନଜର ଆସିଛନ୍ତିା କିନ୍ତୁ ଭଦ୍ରକ ଗସ୍ତ ସମୟରେ ଜିଲ୍ଲାର ଚର୍ଚ୍ଚିତ ଯୁବ ନେତା ସୂର୍ଯ୍ୟବଂଶୀ ସୂରଜ ଏଠାରେ ଉପସ୍ଥିତ ନଥିଲେ । ଫଳରେ ଅନ୍ୟ ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ମିଶି ପ୍ରଭାତୀ ଚାଷୀମାନଙ୍କ ପାଖକୁ ଯାଇ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ପ୍ରତିଶୃତି ଦେଇଥିଲେ ପ୍ରଭାତୀ ପରିଡା ।

author

Related Articles

Leave a Reply

Your email address will not be published. Required fields are marked *