ଭର୍ଚ୍ଚୁଆଲରେ ବନ୍ଦେ ଭାରତ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଭର୍ଚ୍ଚୁଆଲରେ ବନ୍ଦେ ଭାରତ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଓଡିଶାର ରେଶମ ସହର ବ୍ରହ୍ମପୁର ଠାରେ
ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଜୀ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ଏକ ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ସମବେତ ଜନତାଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶ ବିଶ୍ୱର ଅଗ୍ରଣୀ ବିକଶିତ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିଛି ଏବଂ ଦେଶରେ ବିକାଶର ଏକ ନୂଆ ଲହରି ଆରମ୍ଭ ହୋଇଛି। ମୋଦୀଜୀଙ୍କ ନେତୃତ୍ୱରେ ଆମ ଦେଶର ୧୪୦ କୋଟି ଜନ ସାଧାରଣ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛନ୍ତି। ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରେଶମ ସହର ବ୍ରହ୍ମପୁରକୁ ଇସ୍ପାତ ସହର ଟାଟା ସହିତ ସଂଯୋଗ କରିବ | ଏହି ଟ୍ରେନଟି ବ୍ରହ୍ମପୁର ଠାରୁ ଟାଟାକୁ ୯ ଘଣ୍ଟା ୦୫ ମିନିଟରେ ଅତିକ୍ରମ କରିବ ଏବଂ ଏହା ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଇତ୍ୟାଦି ଷ୍ଟେସନ ଗୁଡିକରେ ମଧ୍ୟ ରହଣି କରିବ। ବ୍ରହ୍ମପୁର ଏକ ସମୃଦ୍ଧ ସହର ଯାହାକି ଏହାର ରେଶମ ଶାଢ଼ୀ ପାଇଁ ପ୍ରସିଦ୍ଧ, ଯାହାକୁ ବ୍ରହ୍ମପୁରୀ ପାଟ କୁହାଯାଏ । ଏଥିପାଇଁ ବ୍ରହ୍ମପୁର “ରେଶମ ସହର” ଭାବରେ ପରିଚିତ | ଏହା ସହିତ ବ୍ରହ୍ମପୁର ମଧ୍ୟ ଆମ ରାଜ୍ୟର ଏକ ପ୍ରସିଦ୍ଧ ବାଣିଜ୍ୟିକ କେନ୍ଦ୍ର।
ବନ୍ଦେ ଭାରତ ଏକ୍ସପ୍ରେସ ଯୋଗୁଁ ସହରର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଆସିବ।ବର୍ତ୍ତମାନ ଆମ ରାଜ୍ୟରେ ପୁରୀ-ହାଓଡ଼ା, ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ବିଶାଖାପାଟନମ୍ ମଧ୍ୟରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି ଏବଂ ଆଉ ତିନିଟି ବନ୍ଦେ ଭାରତ ବ୍ରହ୍ମପୁର-ଟାଟା, ରାଉରକେଲା-ହାୱଡା ଏବଂ ରାୟପୁର-ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବ।ଏହି ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲାଇଫ୍ ଲାଇନ୍ ହେବ। ବିଶେଷ କରି ଆମର ଆଦିବାସୀ ବହୁଳ ଅଞ୍ଚଳରେ ଯୋଗାଯୋଗର ବିକାଶ ହେବ ଏବଂ ସେମାନେ ଆମର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସାମିଲ ହୋଇ ପାରିବେ।ଏହି ୬ଟି ବନ୍ଦେ ଭାରତ ଟ୍ରେନ୍ ଆମ ରାଜ୍ୟର ବିଭିନ୍ନ ସହରକୁ ପଡୋଶୀ ରାଜ୍ୟ ସହ ସଂଯୋଗ କରିବ। ଏହା ଓଡିଶାର ଦ୍ରୁତ ବିକାଶ ଏବଂ ପ୍ରଗତି କ୍ଷେତ୍ରରେ ସହାୟକ ହେବ |ସଭା ପରେ ବ୍ରହ୍ମପୁର ରେଲ ଷ୍ଟେସନ ଚତୁର୍ଥ ପ୍ଲାଟ ଫର୍ମ ଠାରେ ମାନ୍ୟବର ପ୍ରଧାମନ୍ତ୍ରୀଙ୍କ କର କମଳରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦ୍ଘାଟନ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *