ଶାନ୍ତିରେ ଟିକିଏ ଶୋଇବାକୁ କିଏ ବା ନ ଚାହେଁ । ଆଜିକାଲିର ବ୍ୟସ୍ତବହୁଳ ଏବଂ ଇଣ୍ଟରନେଟ୍ ଯୁଗରେ ଭଲ ନିଦ ଟିକିଏ ହେବା କଷ୍ଟକର । ହେଲେ କଣ କଲେ ଭଲ ନିଦ ହେବ, କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ ସେ ସବୁ କୁ ଦୃଷ୍ଟି ଦେବା ପାଇଁ ପଡିବ ।
ପ୍ରଥମତଃ ଶୋଇବାର ଏକ ନିର୍ଦ୍ଦିଷ୍ଚ ସମୟ ରଖିବାକୁ ପଡିବ,ଏବଂ ଦିନକୁ 6 ରୁ 7 ଘଣ୍ଟା ଶୋଇବା ନିହାତି ଦରକାର ,ରାତି 10 ଟା ପରେ ମୋବାଇଲ ଅଧିକ ଧରନ୍ତୁ ନାହିଁ ,ସଂନ୍ଧ୍ୟା ସମୟରେ ବେଶୀ ଚା କଫି ପିଅନ୍ତୁ ନାହିଁ, ବିଳମ୍ବିତ ରାତି ଯାଏଁ ଟିଭି ଦେଖନ୍ତୁ ନାହିଁ, ରାତିରେ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ, ଦିନରେ ୩୦ରୁ ୪୫ ମିନିଟ୍ ଶାରୀରିକ ବ୍ୟାୟାମ ଓ ଧ୍ୟାନ କରନ୍ତୁ, ଯଦି ନିଦ ହେଉ ନାହିଁ ମନ ଇଚ୍ଛା ମେଡିସିନ କିଣି ଖାଆନ୍ତୁ ନାହିଁ । ବରଂ ଡାକ୍ତରଙ୍କ ସହ ପରାମର୍ଶ ପରେ ହିଁ କୌଣସି ମେଡିସିନ ଖାଆନ୍ତୁ ।