ଭାଇକୁ ଜେଲରେ ପୁରେଇ ଦେଲେ ପୋଲିସ !

ଭାଇକୁ ଜେଲରେ ପୁରେଇ ଦେଲେ ପୋଲିସ !

କୁଆଡେ ଗଲେ ବବି ? ଜେଲ ଗଲେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ . ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଙ୍କୁ ଗତକାଲି ପୋଲିସ ଅଟକ ରଖିଥିବା ବେଳେ ଆଜି ସେ ଜେଲ ଯାଇଛନ୍ତି .ପରିବାର ତରଫରୁ ବି ବେଲ ପାଇଁ ଆବେଦ କରାଯାଇନାହିଁ .ତେବେ ବିଳମ୍ବିତ ରାତିରେ ଭବ ପ୍ରସାଦ ଦାସଙ୍କୁ ଅଟକ ରଖିଥିଲା ଯାଜପୁର ଟାଉନ ଥାନା ପୋଲିସ .ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଦେବା ନେଇ ଗତ କାଲି ଥାନାରେ ଅଭିଯୋଗ କରିଥିଲେ ଜଣେ ବ୍ୟବସାୟୀ .

ତେବେ ନିର୍ବାଚନ ପରେ ଯାଜପୁର ରାଜନୀତି ବେସ ସରଗରମ ରହିଛି . କେତେ ବେଳେ ପୂର୍ବତନ ବିଧାୟକଙ୍କୁ ଅଣ୍ଡାମାଡ଼ ହେଉଛିତ କେତେ ବେଳେ ବିଧାୟକ ଙ୍କୁ ମାରିବାକୁ ଧମକ ଦିଆଯାଉଥିବା ଖବର ସାମ୍ନାକୁ ଆସିଛି . ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ଓ ମା ବିରଜା ହାଟରେ ହଙ୍ଗମା ଘଟଣା ପରଠୁ ଗତ କିଛି ଦିନ ହେବ ବିବାଦ ଗେଣକୁ ଆସିଛନ୍ତି ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ .ଗତକାଲି ଜଣେ ବ୍ୟବସାୟୀଙ୍କୁ ଧଉଳ ଦେବା ସହ ମାଡ଼ ମାରି ତାଙ୍କ ଠାର ଟଙ୍କା ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥିଲା .

author

Related Articles

Leave a Reply

Your email address will not be published. Required fields are marked *