କିଏ ପକାଇଲା ଭାଇରାଲ ନେତାଙ୍କ ମୁହଁରେ ତୁଣ୍ଡି ?
ହୁଲସ୍ତୁଲ ହେଉଛି ଓଡିଶା ଗୋଡ ଉପରେ ଗୋଡ ପକାଇ ବସିଛନ୍ତି ନେତା
ଦେଖିକି ହସୁଛନ୍ତି ନବୀନ ନେତାଙ୍କ ପାଟିରେ ପଡିଛି ତାଲା
ପ୍ରଦୀପ-ପ୍ରଶାନ୍ତ ଅପରାଜିତାଙ୍କୁ ନେଇ ଉଠିଲା ପ୍ରଶ୍ନ
ହଁ ଦର୍ଶକବନ୍ଧୁ ଓଡିଶା ରାଜନୀତିର ତିନି ପାୱାରଫୁଲ ନେତା ହେଉଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ନିର୍ବାଚନ ପୂର୍ବରୁ କଥା କଥାରେ ସରକାରଙ୍କୁ ଆଟାକ କରୁଥିଲେ ଏହି ତିନି ନେତା । ହେଲେ ଏବେ ତିନି ନେତାଙ୍କୁ ମୁହଁ ଖୋଲିବାକୁ କିଏ କରିଛି ବାରଣ ? କଣ ରହିଛି ଏହି ପାୱାରଫୁଲ ନେତାଙ୍କ ମଉନ ପଛର କାରଣ ? ନିର୍ବାଚନ ସମୟରେ ଏହି ନେତାଙ୍କ ପଦେ ପଦେ କଥା ବେଶ ଭାଇରାଲ ହେଉଥିଲା । ନିଜ ଲୋକପ୍ରିୟତା ପାଇଁ ଦିନେ ବିରୋଧିଙ୍କୁ ପାଣି ପିଆଉଥିଲେ । ଯାହାଙ୍କ ପଦେ କଥାରେ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଥିଲା ସେହି ତିନି ନେତା ଏବେ ଏକଦମ ଚୁପ ।
ତେବେ ବର୍ତ୍ତମାନ ସମୟରେ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଥିବା ବେଳେ ଭାରତୀୟ ଜନତା ପାର୍ଟିର ଏହି ଦମ୍ଭିଲା ନେତାଙ୍କ ମୁହଁରେ ତୁଣ୍ଡି ଭିଡା ହୋଇଛି । ନା ମୁହଁ ଖୋଲୁଛନ୍ତି ନା କିଛି ପ୍ରତିକ୍ରିୟା ରଖୁଛନ୍ତି ଏମିତି କି ଦଳୀୟ କାର୍ଯ୍ୟକ୍ରମରେ ସେତେଟା ନଜର ମଧ୍ୟ ଆସୁନାହାନ୍ତି । ଯଦିଓ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ଦୁଇ ସାଂସଦଙ୍କୁ ସକ୍ରିୟ ଦେଖିବାକୁ ମିଳୁଛି କିନ୍ତୁ ନିଜର ମନ୍ତବ୍ୟ ଦେଇ ଆଉ ଏବେ ଚର୍ଚ୍ଚାକୁ ଆସୁନାହାନ୍ତି ପ୍ରଶାନ୍ତ-ପ୍ରଦୀପ ଅପରାଜିତା ।
ଚର୍ଚ୍ଚା ହେଉଛି କି ଉପରୁ ନିର୍ଦ୍ଦେଶ ଆସିଛି ଯେଉଁଥିପାଇଁ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି ଏହି ନେତାମାନେ । ନିକଟେ ବିଧାନସଭାରେ ଶାସକ ଓ ବିରୋଧିଙ୍କ ମଧ୍ୟର ତୁମ୍ୱି ତୋଫାନ ହେଲା କିନ୍ତୁ ପଦୁଟିଏ ବି କହିଲେନି । ଖାଲି ସେତିକି ନୁହେଁ ବରଂ ୱାକଫ ବିଲକୁ ନେଇ ବିଜେଡି ଏବେ ଦୁଇ ଫାଳ ହୋଇଯାଇଛି । ବିଜେପିର ଅନେକ ନେତା ସାମ୍ନାକୁ ଆସୁଛନ୍ତି ବିଜେପି ସରକାରକୁ ନେଇ ନାନା ମନ୍ତବ୍ୟ ଦେଉଛନ୍ତି ହେଲେ ଏହି କୁହାଳିଆ ନେତା କୁଆଡେ ଗଲେ । ନିର୍ବାଚନ ପୂର୍ବରୁ ଲେଖା ଛିଡାଇବା ପାଇଁ ଆହ୍ୱାନ ଦେଉଥିବା ପ୍ରଦୀପ ଏବେ ସାଇଲେଣ୍ଟ ମୁଡରେ । ସେହିପରି ଯେଉଁ ବାହୁବଳୀ ନେତାଙ୍କ ଭାଷଣରେ ଶଙ୍ଖଭବନ ଥରି ଉଠୁଥିଲା ଗଣମାଧ୍ୟମରେ ସେ ଏବେ କାଁ ଭାଁ ମୁହଁ ଖୋଲୁଛନ୍ତି । ସେହିପରି ବିରୋଧିଙ୍କୁ ଜବାବ କମ ଦେଇ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନୟନ୍ନ ମୂଳକ କାମରେ ଲାଗିପଡିଛନ୍ତି ସାଂସଦ ମ୍ୟାଡାମ । ତେବେ ଦେଖିବାକୁ ବାକି ରହିଲା କେବେ ନିଜ ଫର୍ମକୁ ଫେରୁଛନ୍ତି ଏହି ତିନି ପାୱାରଫୁଲ ନେତା ।