ଭାଇରାଲ ଭିଡିଓରେ ମୋହନଙ୍କ ନକଲ କଲେ ସୁଲତା …

ଭାଇରାଲ ଭିଡିଓରେ ମୋହନଙ୍କ ନକଲ କଲେ ସୁଲତା …

ପୁଣି ଥରେ ନିଜ ଭାଷଣ ପାଇଁ ସମାଲୋଚନାର ଶିକାର ହେଲେ ମୋହନ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି କଟାକ୍ଷ କଲେ ସୁଲତା । ହଁ ଆଜ୍ଞା. ସରକାରକୁ ଆସିବା ପରଠାରୁ ଏବଂ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୌଣସି ନା କୌଣସି କାରଣ ପାଇଁ ସାଧାରଣରେ ଟ୍ରୋଲ ହେଉଛନ୍ତି । ସେ ଭୁଲଭାଲ ଭାଷଣ ଦେବାକୁ ନେଇ ହେଉ ବା କିଛି ଭିନ୍ନ ଆଚରଣ କୁ ନେଇ ହେଉ । ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଏଥିପାଇଁ ବିରୋଧୀ ମଧ୍ୟ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି । ଆଉ ଏବେ ସୁଲତା ଦେଓ ମୋହନଙ୍କ ନକଲ କରିବା ସହ ବିଜେପିକୁ କଟାକ୍ଷ କରିଥିବା ଭିଡିଓ ଦେଖିବାକୁ ମିଳିଛି ।

ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥିବା ମହାକୁମ୍ଭ ମେଳାରେ ବୁଡ ପକାଇବା ନିମନ୍ତେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିଲେ । ଏବଂ ସେଠାରେ ଏକ ନ୍ୟୁଜ ଏଜେନ୍ସିକୁ ବାଇଟ୍ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଭୁଲ ତଥ୍ୟ ଦେଇଥିଲେ । ମହାକୁମ୍ଭ ମେଳାରେ ୬୦ କୋଟି ଭକ୍ତ ବୁଡ ପକାଇଥିବା ବେଳେ ମୋହନ କିନ୍ତୁ ୬୦ ଲକ୍ଷ କୋଟି ଭକ୍ତ ବୁଡ ପକାଇଥିବା କହିଥିଲେ । ଯାହାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା । ଆଉ ଏହାକୁ ଏବେ ସମାଲୋଚନା କରିଛନ୍ତି ବିଜେଡି ରାଜ୍ୟ ସଭା ସାଂସଦ ସୁଲତା ଦେଓ । ଏପରିକି ମୁଖ୍ୟମନ୍ତ୍ରୀଙ୍କ କହିବା ଷ୍ଟାଇଲକୁ ମଧ୍ୟ କପି କରି ସୁଲତା କଟାକ୍ଷ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *