ସେବେ ବିଜେପିକୁ କହୁଥିଲେ ଏବେ ନିଜେ ସିନ୍ଦା ସାଉଁଟୁଛି ବିଜେଡି । ବିଜେପି ବିଧାୟକଙ୍କ ପରେ ଭାଇରାଲ ହେଉଛି ବିଜେଡି ନେତାଙ୍କ ରଙ୍ଗୀନ ଭିଡିଓ । ଜଣେ ମହିଳାଙ୍କ ସହ ମିଶି ନାଚୁଛନ୍ତି ବିଜେଡି ଯୁବ ସଭାପତି ତଥା ଚାନ୍ଦବାଲୀ ବ୍ଲକର ବିଧାୟକ ପ୍ରତିନିଧି ରଞ୍ଜନ ସାହୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ତେବେ ସେହି ରୁମରେ ମଦ ବୋତଲ ଏବଂ କିଛି ଖାଦ୍ୟ ଥିବା ସହ ଅନ୍ୟ ଜଣେ ଯୁବକ ମଧ୍ୟ ସାମିଲ ରହିଛନ୍ତିା ଏବଂ କିଛି ଅନ୍ତରଙ୍ଗ ମୂହୂର୍ତ୍ତ ସେୟାର କରୁଥିବା ଦେଖିବାକୁ ମିଳୁଛି । ଆଉ ଏହି ଭିଡିଓକୁ ନେଇ ବିଜେଡିକୁ ଚାରିଆଡୁ ସମାଲୋଚନା ମଧ୍ୟ କରାଯାଉଛି । ଏପରିକି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ରାଇଟ ହ୍ୟାଣ୍ଡ କୁହାଯାଉଥିବା ରଞ୍ଜନ ସାହୁଙ୍କ ଏହି ଭିଡିଓ ପାଇଁ ବାପି ରାୟଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡିଛି ।
ତେବେ ନିର୍ବାଚନର କିଛି ମାସ ପରେ ବିଜେପି ବିଧାୟକଙ୍କର ମଧ୍ୟ ଏହିପରି ଏକ ଭିଡିଓ ଭାଇରାଲ ହୋଇଥିଲା । ବିଜେପି ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ଏକ ରଙ୍ଗୀନ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ବିଧାୟକ ଜଣକ ଜଣେ ଯୁବତୀଙ୍କ ସହ ଏକ ହୋଟେଲ ରୁମରେ ମଉଜ କରୁଥିବା ନଜର ଆସିଥିଲେ । ଏପରିକି ନିଶାସକ୍ତ ଅବସ୍ଥାରେ ରହି ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୂର୍ତ୍ତ ଅତିବାହିତ କରୁଥିବା ଦେଖିବାକୁ ମିଳିଥିଲା । ଆଉ ଏଥିପାଇଁ ବିଧାୟକଙ୍କ ସହ ମୋହନ ସରକାରଙ୍କ ଉପରକୁ ଆଙ୍ଗୁଠି ମଧ୍ୟ ଉଠିଥିଲା । ଚାରିଆଡୁ ବିଜେପିକୁ ନିନ୍ଦା କରାଯାଉଥିଲା । ମାତ୍ର ୪ ମାସର ସରକାରରେ ବିଧାୟକଙ୍କ ଏପରି ପ୍ରାଇଭେଟ ଭିଡିଓ ଲିକ ହେବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିଲା । କିନ୍ତୁ ଏବେ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବିଜୁ ଜନତା ଦଳ । ତେବେ ଦେଖାଯାଉ ଏହି ଭିଡିଓ ପାଇଁ ବିଜେଡିକୁ କେଉଁ ମୂଲ୍ୟ ଦେବାକୁ ପଡୁଛି ଏବଂ ବିଜେଡି ସଭାପତି କଣ ଆକ୍ସନ ନେଉଛନ୍ତି ।