ଭାଇରାଲ ହେଉଛି ମୋହନଙ୍କ ବ୍ୟାଗ

ଭାଇରାଲ ହେଉଛି ମୋହନଙ୍କ ବ୍ୟାଗ

ନବୀନଙ୍କ ବ୍ୟାଗ ପରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମୋହନଙ୍କ ବ୍ୟାଗ .ଯାହାକୁ ଦେଖିବା ପରେ ଲୋକେ କହୁଛନ୍ତି ନବୀନ ରାସନ ନେବା ପାଇଁ ବ୍ୟାଗ ଦେଇଥିଲେ . ଏବେ ମୋହନ ସୁଭଦ୍ରା ଟଙ୍କା ରଖିବା ପାଇଁ ବ୍ୟାଗ ଦେଉଛନ୍ତି . ଥରେ ଭଲ କରି ଦେଖନ୍ତୁ ଏହି ଫଟୋକୁ .ଯେଉଁଥିରେ ଏକ ଝୋଟ ବ୍ୟାଗରେ ସୁଭଦ୍ରା ଯୋଜନାର ଲୋଗ ଥିବା ଦେଖିବାକୁ ମିଳିଛି .ତେବେ ପୂର୍ବରୁ ନବୀନଙ୍କ ସରକାର ସମୟରେ ଆମ ଓଡ଼ିଶା ନବିନ ଓଡ଼ିଶା ମାଧ୍ୟମରେ ପ୍ରତ୍ୟେକ ରାସନ କାର୍ଡ ହିତାଧୀକାରୀ ମାନଙ୍କୁ ସରକାରଙ୍କ ତରଫରୁ ରାସନ ଚାଉଳ ଆଣିବା ପାଇଁ ଗୋଟିଏ ଲେଖାଏଁ ଝୋଟ ତିଆରି ବ୍ୟାଗ ଯୋଗାଇ ଦିଆଯାଇଥିଲା . ଯାହାକୁ ନେଇ ପରେ ବହୁ ବିବାଦ ଦେଖା ଦେଇଥିଲା ସରକାର ଏହି ଯୋଜନା ମାଧ୍ୟମରେ କୋଟି କୋଟି ଖର୍ଚ୍ଚ କରିବା ଉଚିତ ନୁହେଁ ବୋଲି କୁହାଯାଉଥିଲା . ଏହାକୁ ନେଇ ସେତେବେଳେ ବିରୋଧି ବିଜେପି ମଧ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତଳନ କରିଥିଲା .

ଏପରିକି ପ୍ରତିବାଦ ଏପରି ତିବ୍ର ହୋଇଥିଲା ଯେ ରାସ୍ତାରେ ଏହି ବ୍ୟାଗକୁ ବି ଜାଳିଦେଇଥିବା ଦେଖିବାକୁ ମିଳିଥିଲା . ସେହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହାକୁ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା . କିନ୍ତୁ ଏବେ କିଛି ଦିନ ହେବ ସୋସିଆଲ ମିଡିଆରେ ନବୀନଙ୍କ ବ୍ୟାଗ ପରେ ମୋହନଙ୍କ ସୁଭଦ୍ରା ଯୋଜନା ବ୍ୟାଗ ଭାଇରାଲ ହେବାରେ ଲାଗିଛି .ତେବେ ଏହା କେତେ ସତ କେତେ କିଛି ମିଛ ତାହାତ ଆମେ ଜାଣିନାହୁଁ କିନ୍ତୁ ଏହା ଭାଇରାଲ ହେବାରେ ଲାଗିଛି .

ତେବେ ବିଜେପି ସରକାରଙ୍କୁ ଆସିବା ପରେ ଅନ୍ୟ ସବୁ ଯୋଜନା ଅପେକ୍ଷା ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା ଅଧିକ ହେଉଛି .ସରକାରକୁ ଆସିବା ପୂର୍ବରୁ ବିଜେପି ଦୁଇ ବର୍ଷରେ ୫୦ହଜାର ଦେବେ ବୋଲି କହିଥିବା ବେଳେ ଏବେ ୬ମାସରେ ୫ହଜାର ଟଙ୍କା ଦେବେ ବୋଲି କୁହାଗଲା. ଯାହାର ପ୍ରଥମ ପର୍ଯ୍ୟାୟ ତୃତୀୟ ପାଳି ଟଙ୍କା ଆସିସାରିଛି . ଏହାର ୪ପାଳି ଟଙ୍କା ଫେବୃଆରୀରେ ଆସିବ ବୋଲି କୁହାଯାଉଛି .

author

Related Articles

Leave a Reply

Your email address will not be published. Required fields are marked *