ଭାଇରାଲ ହେଲା ବିଜେପି ମନ୍ତ୍ରୀଙ୍କ ଫଟୋ !

ଭାଇରାଲ ହେଲା ବିଜେପି ମନ୍ତ୍ରୀଙ୍କ ଫଟୋ !

ମୋହନ ସରକାରଙ୍କ ମନ୍ତ୍ରୀମଣ୍ଡଳକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମନ୍ତ୍ରୀଙ୍କ ବୟାନ ବାଜି ପୁଣି ରାଜ୍ୟ ରାଜନୀତିର ଚର୍ଚ୍ଚା ବଢାଇଛି । ହଁ ଦର୍ଶକବନ୍ଧୁ ଗତକାଲି ବରିଷ୍ଠ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଲିଭରରେ ସମସ୍ୟା ଥିବା ହେତୁ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ଯାହାଫଳରେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ଏହାପରେ ଏୟାରଲିପ୍ଟ କରାଯାଇ ମେଦାନ୍ତ ହପ୍ସିଟାଲକୁ ନିଆଯାଇଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା କି ବିଜେପିର ଦୁଇ ମନ୍ତ୍ରୀଙ୍କ କାର୍ନାମା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ ।

ଟିକିଏ ଭଲକରି ନଜର ପକାନ୍ତୁ ଏହି ଦୁଇ ଫଟୋ ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସିନେ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି ବୋଲି ଲେଖିଛନ୍ତି । ଏହାପରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ନିଜ ସୋସିଆଲ ମିଡିଆରେ ଏପରି କିଛି ପୋଷ୍ଟ କରିଥିଲେ । ଯାହାକୁ ଦେଖିବା ପରେ କଡା ସମାଲୋଚନା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ।

ସୁଲତା ଦେଓ ନିଜ ସୋସିଆଲ ମିଡିଆରେ ଏହି ଦୁଇଟି ପୋଷ୍ଟ ସେୟାର କରିବା ସହ କହିଛନ୍ତି କି ଏଠି ଗୋଟେ ଜୋକର ସରକାର ଚାଲିଛି । ଉଦାହରଣ ଦେଖାଇ କହିଛନ୍ତି କି ବଞ୍ଚି ଥାଉ ଥାଉ ଲୋକଟାକୁ ମାରିବାକୁ ଏତେ ବ୍ୟଗ୍ର ଏ ଜୋକର ସରକାରଙ୍କ ଜୋକର ମନ୍ତ୍ରୀ ମାନେ । ଯାହାହେଉ ଉତ୍ତମ ମହାନ୍ତି ଙ୍କ ଆୟୁଷ ବଢିଗଲା ଆମ ଓଡ଼ିଆରେ ଗୋଟେ କଥା ଅଛି ବଞ୍ଚିଥିବା ଲୋକକୁ ଯଦି ମୃତ ଘୋଷଣା କରାଯାଏ ତାହାଲେ ତାଙ୍କ ଆୟୁଷ ବଢିଯାଏ। ଉତ୍ତମ ମହାନ୍ତି ଙ୍କ ଅଶୁଆରୋଗ୍ୟ କାମନା କରୁଛି ଆଉ ଭଗବାନ ଏଭଳି ଜୋକର ମାନଙ୍କୁ ଟିକେ ସଦବୁଦ୍ଧି ଦିଅନ୍ତୁ ଏପରି କିଛି ନିଜ ସୋସିଆଲ ମିଡିଆରେ ଲେଖି ବିଜେପିର ଦୁଇ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ।

ତେବେ ପୂର୍ବରୁ ବିଜେପିର ମନ୍ତ୍ରୀମାନଙ୍କ ବିବାଦୀୟ ବୟାନ ମୋହନ ସରକାରଙ୍କ ଅକଳରେ ପକାଇଛି ଏବଂ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ତେବେ ମନ୍ତ୍ରୀଙ୍କୁ ସମାଲୋଚନା କରିବା ପାଇଁ ବିରୋଧିଙ୍କୁ ଏକପ୍ରକାର ସୁଯୋଗ ମିଳିଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *