ଭାଇରାଲ ହେଲା ଭିଡିଓ ମଞ୍ଚଉପରେ ହଟହଟା ଉପମୁଖ୍ୟମନ୍ତ୍ରୀ

ଭାଇରାଲ ହେଲା ଭିଡିଓ ମଞ୍ଚଉପରେ ହଟହଟା ଉପମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ପରେ ପଡିଲା ଉପମୁଖ୍ୟମନ୍ତ୍ରୀଙ୍କ ପାଳି । ଭାଇରାଲ ହେଉଛି ଭିଡିଓ ବିଜେପି ନେତାଙ୍କୁ ପଡିଛି କି ଶନିଦଶା । ହଁ ଆଜ୍ଞା ଏକଥା ଆମର ନୁହେଁ ବରଂ ନିଇତି ସୋସିଆଲ ମିଡିଆରେ ବିଜେପି ନେତା ମାନଙ୍କ ଭାଇରାଲ ଭିଡିଓ ହିଁ ଭାରତୀୟ ଜନତା ପାର୍ଟିର ଅଡୁଆ ବଢାଇଛି । ନିକଟରେ ମୋହନ ମାଝୀଙ୍କ ଭାଇରାଲ ଭିଡିଓ ନେଇ ରାଜନୀତି ତେଜିଥିଲା ଏବଂ ମୁହଁ ଖୋଲିଥିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଯେ ମୁଖ୍ୟମନ୍ତ୍ରୀଙ୍କୁ କେହି ଟ୍ରୋଲ କରନ୍ତୁ ନାହିଁ ସେ ଆଦିବାସୀ ଲୋକ ଏବଂ ସରଳ ଲୋକ ଅଟନ୍ତି ।

ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି ବିଜେପିର ଗୋଷ୍ଠୀ କନ୍ଦଳ । ନେତା ମନ୍ତ୍ରୀଙ୍କୁ ସାମ୍ନାରେ ଦେଖିଲେ ଖୋଦ ସାଧାରଣ ଜନତା ଏବେ ମୁହଁ ଖୋଲିଲେଣି । ତେବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ଜଗତସିଂହପୁରରେ ବିଜେପିର ଗୋଷ୍ଠୀକନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ମଞ୍ଚଉପରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓଙ୍କୁ ଘେରିଲେ ଚାଷୀ । ଆମେ ସରକାର ଆମ ପାଖକୁ ତୁମେ ଆସିବାକୁ ପଡିବ ବୋଲି ଏଭଳି କିଛି ମନ୍ତବ୍ୟ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ । ଯାହାପରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଗତସିଂହପୁର ଜିଲ୍ଲାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ମଞ୍ଚଉପରେ ଉପମୁଖ୍ୟମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡୁଛି ।
ଜଗତସିଂହପୁରରେ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ନବନିର୍ମାଣ କୃଷକ ସଙ୍ଗଠନର ଚାଷୀମାନେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଖାଲି ସେତିକି ନୁହେଁ ସେଠାରେ ଲୋକମାନେ କହିଥିଲେ କି ଏ ସରକାର ଖାଲି ଲମ୍ୱା ଭାଷଣ ଦେଇ ଜାଣିଛି ଏବଂ କାମରେ ଶୂନ ବୋଲି କହିଥିଲେ । ଏହାପରେ ମଞ୍ଚ ଉପରେ ଚଢି ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ପାଇଁ ଦାବି କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓଙ୍କୁ ନେଇ ରାଜନୀତି ଉଷ୍ମ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *