ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସଂପର୍କରେ ଲାଗିଲା ରକ୍ତ ର ଛିଟା । ବଡ଼ ଭାଇକୁ ନିର୍ମମ ଭାବେ ହତ୍ୟା କଲା ସାନ ଭାଇ। ଏପରି ଘଟଣା ଘଟିଛି ଆସିକା ଥାନା ଖଣ୍ଡଦେଉଳି ପଞ୍ଚାୟତ ସମେଇ ଗୁଡ଼ା ଗ୍ରାମରେ । 55 ବର୍ଷୀୟ ବଡ଼ ଭାଇ ରାଜୁ ପାତ୍ରକୁ ସାନ ଭାଇ ଭବିନି ପାତ୍ର ଗଳା କାଟି ହତ୍ୟା କରିଥିବା ବେଳେ ଘଟଣା ସ୍ଥଳରେ ମୃତ ଦେହ ପଡି ରହିଛି। ପୋଲିସ ପହଁଚି ଅଧିକ ତଦନ୍ତ କରୁଛି। ସୂଚନା ପ୍ରକାରେ ଉଭୟ ଭାଇ ମଧ୍ୟରେ ଜମି ଜୁମା ବିବାଦ ଲାଗି ରହିଥିଲା। ଆଜି ଉଭୟେ ଜମିକୁ କାମ କରିବାକୁ ଯାଇଥିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ପରେ ତିକ୍ତତା ବଢି ଥିଲା । ଶେଷରେ ସାନ ଭାଇ ଅଧିକ ଉଗ୍ର ହୋଇ ବଡ଼ ଭାଇର ବେକ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି l ଏପଟେ ପୋଲିସ ହତ୍ୟା କାରୀ ସାନ ଭାଇକୁ ଅଟକ ରଖି ପଚରା ଉଚ୍ଚର କରୁଛି।
