ଭାଗଚାଷୀଙ୍କୁ ଲାଗିଲା ଶକ୍ତ ଝଟକା…

ଭାଗଚାଷୀଙ୍କୁ ଲାଗିଲା ଶକ୍ତ ଝଟକା…

ଭାଗଚାଷୀଙ୍କୁ ଲାଗିଲା ଶକ୍ତ ଝଟକା । ଭାଗଚାଷୀଙ୍କୁ ନେଇ ବଡ ବୟାନ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଭାଗଚାଷୀଙ୍କୁ ମିଳିବନି ଅଦିନିଆରେ ବର୍ଷାରେ ହୋଇଥିବା ଫସଲ ନଷ୍ଟର କ୍ଷତି ପୂରଣ । ଭାଗଚାଷୀଙ୍କ ପାଇଁ ଏଯାଏଁ କୌଣସି ନିୟମ ନାହିଁ । ପୂର୍ବ ସରକାର ଏନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି । କ୍ଷତିପୂରଣ କେବଳ ମୂଳ ଜମି ମାଲିକଙ୍କୁ ମିଳିବ । ଭାଗଚାଷୀଙ୍କୁ ଜମି ମାଲିକ ଆବଣ୍ଟନ କରିବେ । ତେବେ ଏହି ସହାୟତା ୩ରୁ ୪ଦିନ ରେ ମିଳିବାକୁ ଯାଉଛି । ୧୫ ଦିନର କ୍ଷତିପୂରଣ ଦେବେ ବୀମା କମ୍ପାନୀ ।

ତେବେ ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେବା ପରେ ଚାଷୀକୂଳ ଉପରେ ଦୁଖର କଳା ପାହାଡ ମାଡି ବସିଥିଲା । କିନ୍ତୁ ଏଥିରୁ ଚାଷୀଙ୍କୁ ମୁକୁଳାଇବା ପାଇଁ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସରକାର ସମ୍ପୂଣ୍ଣ ଭରଣା ଦେବା ନେଇ ଘୋଷଣା କରିଥିଲେ । କିନ୍ତୁ ଏବେ ୩୩ ପ୍ରତିଶତ ରୁ ଅଧିକ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୁରଣ ମିଳିବା ନେଇ ଘୋଷଣା କରିଛନ୍ତି । ଏବଂ ଏମାନଙ୍କୁ ଏସଡିଆରଏଫ ଫଣ୍ଡରୁ ଭରଣା ଦିଆଯିବା ନେଇ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *