ଭାଙ୍ଗିଲା ଦିଦିଙ୍କ ଗର୍ବ ମୋହନଙ୍କୁ କଲେ ଫୋନ !

ଭାଙ୍ଗିଲା ଦିଦିଙ୍କ ଗର୍ବ ମୋହନଙ୍କୁ କଲେ ଫୋନ !

ରାଜ୍ୟରେ କେବେ ତୁଟିବ ଆଳୁ ସଙ୍କଟ । ମଧବିତ୍ତ ଲୋକଠାରୁ ଆରମ୍ଭ କରି ଯେ ସାଧାରଣ ଲୋକେ ସମସ୍ତେ ଆଳୁ ପାଇଁ ହନ୍ତସନ୍ତ ହେବାରେ ଲାଗିଛନ୍ତି । ମାତ୍ର ଦିନେ କି ଦୁଇ ଦିନ ଆଳୁ ଦରରେ ଖୁବ କମ୍ ସୁଧାର ଆସୁଛି ଆଉ ତା ପରେ ପୁଣି ଦରବୃଦ୍ଧି ଟେନସନ ଦେଉଛି । ସାଧାରଣ ଲୋକଙ୍କ ସମସ୍ୟାକୁ ଭୁଲିଗଲେଣି ମୋହନ ସରକାର ବୋଲି ନାନା ଚର୍ଚ୍ଚା ହେଲା । କିନ୍ତୁ ସମାଧାନ ପାଇଁ ଅଣ୍ଟା ଭିଡିଥିଲେ ମୋହନ ସରକାର । ଦିଲ୍ଲୀରେ ମମତା ଦିଦିଙ୍କ ସହିତ କଥା ହୋଇ ଆସିବା ପରେ ରାଜ୍ୟରେ ଆଳୁ ସମସ୍ୟାରେ କିଛି ସୁଧାର ଆସିଥିଲା କିନ୍ତୁ ପରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ମମତା ଦିଦିଙ୍କୁ ଟେଲିଫୋନ ଯୋଗେ ଜଣାଇ ଆଳୁ ସମସ୍ୟାର ଉପଯୁକ୍ତ ସମାଧାନ ପାଇଁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନ୍ୟପଟେ ବାଂଲାଦେଶରେ ରହିଥିବା ହିନ୍ଦୁ ମାନଙ୍କୁ ନେଇ ସମସ୍ୟା ଦେଖାଯାଉଛି ତ ଚର୍ଚ୍ଚା ହେଉଛି କେତେକ ବାଲାଂଦେଶୀ ରାଜ୍ୟରେ ଲୁଚିକରି ରହିଛନ୍ତି । କେଉଁଠି କେଉଁଠି ଲୋକଙ୍କୁ ବାଂଲାଦେଶୀ ଭାବି ଲୋକମାନେ ମାଡ ମାରୁଛନ୍ତି । ଯେଉଁଥିପାଇଁ ବିକଳ ହୋଇ ମମତା ବାନାର୍ଜି ମୋହନ ସରକାରଙ୍କୁ ଫୋନ କରିଛନ୍ତି । କାହିଁକିନା ପଶ୍ଚିମବଙ୍ଗର କେତେକ ଶ୍ରମିକ ଓଡିଶାରେ କାମ କରୁଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମୋହନଙ୍କୁ ଫୋନ କରି ଅନୁରୋଧ କରିଛନ୍ତି ମମତା । ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମମତାଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି ପଶ୍ଚିମବଙ୍ଗ ଲୋକଙ୍କ ପାଇଁ ଓଡିଶାରେ କୌଣସି ବିପଦ ନାହିଁ । ଏବଂ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ମିଳିବ ବୋଲି କହିଛନ୍ତି ମୋହନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ରାଜ୍ୟ ମଧ୍ୟରେ ଏହି ନୂଆ ସମସ୍ୟା ଏବେ କେଉଁ ପରିସ୍ଥିତି ସୃଷ୍ଟି କରୁଛି ।

author

Related Articles

Leave a Reply

Your email address will not be published. Required fields are marked *