ଭାଙ୍ଗିଯିବ ପାକ୍ ର ଅଣ୍ଟା । ମୋଦି ଖେଳିଲେ ବଡ ଗେମ୍, ତିଷ୍ଠି ପାରିବନି ପାକିସ୍ତାନ । ହଁ ଆଜ୍ଞା, ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପାକିସ୍ତାନ ଉପରେ ଦିନକୁ ଦିନ ଭାରି ପଡୁଛି । କଠୋର ନୀତି ଆପଣାଇ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛି ଭାରତ । ଆଉ ଏହି କ୍ରମରେ ପାକିସ୍ତାନ ଉପରେ ଆଉ ଏକ ୱାଟର ଷ୍ଟ୍ରାଇକ କରିଛି ଭାରତ । ପ୍ରଚଣ୍ଡ ଖରାରେ ଚେନାବ ନଦୀର ପାଣିକୁ ବି ରୋକି ଦେଇଛି ଭାରତ । ବାଗ୍ ଲିହାର ଡ୍ୟାମ୍ ବନ୍ଦ କରାଯାଇଛି । ଖୁବଶୀଘ୍ର କିଶନଗଙ୍ଗା ନଦୀବନ୍ଧକୁ ବି ରୋକି ଦିଆଯିବ । ଫଳରେ ପାକରେ ମରୁଡି ଭଳି ପରିସ୍ଥିତି ଉପୁଜିବା ନେଇ ସମ୍ଭାବନା ବଢିବଢି ଚାଲିଛି ।
ତେବେ ଏହା ପୂର୍ବରୁ ପାକିସ୍ତାନକୁ ସାବାଡ କରିବା ପାଇଁ ଭାରତ ପକ୍ଷରୁ ସିନ୍ଧୁ ନଦୀ ଚୁକ୍ତିକୁ ରଦ୍ଦ କରିଦିଆଯାଇ ସିନ୍ଧୁ ନଦୀର ପାଣି ପାକିସ୍ତାନକୁ ବନ୍ଦ କରିଦିଆଯାଇଛି । ଏହା ସହ ପାକିସ୍ତାନକୁ ଆମଦାନୀ ଏବଂ ରପ୍ତାନୀ ବି ବନ୍ଦ କରିଦିଆଯାଇଛି । ଯାହା ଫଳରେ ପାକସ୍ତାନରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଏହି ତମାମ୍ କାର୍ଯ୍ୟାନୁଷ୍ଠାନ ପାକିସ୍ତାର ଅଣ୍ଟା ଭାଙ୍ଗିଦେବ ବୋଲି ଚର୍ଚ୍ଚା ହେଉଛି । ତେବେ ମିଳିଥିବା ସୂଚନା ଅନୁସାରେ, କିଶନଗଙ୍ଗା ନଦୀ ବନ୍ଧ ବନ୍ଦ କରି ଝେଲମ୍ ନଦୀର ପାଣି ରୋକିବ ଭାରତ । ଫଳରେ ମେ ମାସର ଅସହ୍ୟ ଖରାରେ ପାଣି ପାଇଁ ତ୍ରାହି ତ୍ରାହି ଡାକିବ ପାକିସ୍ତାନ । ତେବେ ଜମ୍ମୁର ରାମବନରେ ବାଗଲିହାର ଏବଂ ଉତ୍ତର ପଶ୍ଚିମରେ କିଶନଗଙ୍ଗା ଜଳ ବିଦ୍ୟୁତ ଡ୍ୟାମ ରହିଥିବା ବେଳେ ଏହା ଉପରେ ପାକିସ୍ତାନର କୌଣସି ନିୟନ୍ତ୍ରଣ ନାହିଁ । ଯାହାକୁ ଦୃଷ୍ଟିରେ ରଖି ଭାରତ ନିଜ ସମୟ ଅନୁସାରେ ଏହି ଦୁଇଟି ଡ୍ୟାମ ବନ୍ଦ କରିପାରିବ ବୋଲି ସୂଚନା ରହିଛି ।
ଅନ୍ୟପଟେ ଭାରତ ପାକିସ୍ତାନ ଉପରେ ଏଯାଏଁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେଇନି । ତଥାପି ପାକିସ୍ତାନକୁ ଆକ୍ରମଣ ଡର ଖାଇ ଗୋଡାଉଛି । ମୋଦିଙ୍କ ଘନ ଘନ ବୈଠକ ପାକିସ୍ତାନର ନିଦ ହଜାଉଛି । ଏବଂ ଏହି ଭୟରେ ପାକିସ୍ତାନ ସେନା ନିୟମ ଉଲ୍ଲଘନ କରି ଲଗାତାର ୧୦ ଦିନ ହେବ ସୀମାରେ ଗୁଳିଚାଳନା ଜାରି ରଖିଛି । । କିନ୍ତୁ ଭାରତ ହାତରେ ନମାରି ଭାତରେ ମାରିବା ନୀତି ଆପଣାଇ ପାକିସ୍ତାନକୁ କଲବଲ କରିବା ଉଦ୍ଦେଶ୍ୟ ରଖିଛି । ତେବେ ଦେଖାଯାଉ ଏହାର ପ୍ରଭାବ ପାକିସ୍ତାନ ଉପରେ କେଉଁ ଭୟଙ୍କର ପ୍ରଭାବ ପକାଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।