ପୁଣି ଭାରତକୁ ଗରମ ଦେଖାଇଲା ପାକିସ୍ତାନ । ଭାରତରେ ରକ୍ତର ନଦୀ ବୁହାଇବାକୁ ଭାରତକୁ ଧମକ ଦେଉଛନ୍ତି ପାକିସ୍ତାନୀ ନେତା । ହଁ ଆଜ୍ଞା, ପହଲଗାମରେ ଆତଙ୍କବାଦୀଙ୍କ ବର୍ବରତା ପରେ ଆକ୍ସନମୋଡକୁ ଆସିଛି ଭାରତ । ପାକିସ୍ତାନକୁ କଡା ଜବାବ ଦେବା ପାଇଁ ଭାରତ ପାକିସ୍ତାନକୁ ସମସ୍ତ ସୁବିଧା ସୁଯୋଗ ବନ୍ଦ କରିଦେଇଛି । ପାଣି , ଔଷଧ ପାଇଁ ଡହଳ ବିକଳ ହେଉଛି ପାକିସ୍ତାନ । କିନ୍ତୁ ଏଥିରୁ ସାବାଡ ନହୋଇ ଓଲଟା ଭାରତକୁ ଧମକ ଦେଉଛନ୍ତି ପାକିସ୍ତାନୀ ନେତା । ସିନ୍ଧୁ ନଦୀର ପାଣି ବନ୍ଦ କଲେ ରକ୍ତର ନଦୀ ବୁହାଇବା ପାଇଁ ଖୋଲା ଖୋଲି ଧମକ ଦେଇଛନ୍ତି । ଯାହା ଭାରତୀୟଙ୍କୁ ରକ୍ତକୁ ଆହୁରି ଗରମ କରି ଦେଇଛି ।
ତେବେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ତଥା ପିପୁଲ୍ସ ପାର୍ଟୀ ପିପିଭିର ମୁଖ୍ୟ ବିଲାୱାଲ ଭୁଟୋ ଜର୍ଦାରୀ । ସେ ଭାରତକୁ ଟାର୍ଗେଟ କରି ଆକ୍ରମଣାନ୍ତକ ବୟାନ ଦେଇ ପରିସ୍ଥିତିକୁ ଆହୁରି ଜଟିଳ କରିଛନ୍ତି । ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିଲାୱାଲ ଭୁଟୋ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଭାରତକୁ ଧମକ ଦେଇଛନ୍ତି । ସିନ୍ଧୁନଦୀ ଆମର ଆମର ରହିବ. ଆମ ପାଣି ଏଇ ନଦୀ ଦେଇ ପ୍ରବାହିତ ହେବ । ନଚେତ୍ ତାଙ୍କର ରକ୍ତ ଏଥିରେ ପ୍ରବାହିତ ହେବ । ଆଉ ଏହି ହିଂସାତ୍ମକ ବିବୃତି ଚାରିଆଡେ ଚହଳ ପକାଇଛି । ନିଜ ଦେଶରେ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଛନ୍ତି, ଅନ୍ୟପଟେ ନିଜ ଦୋଷ ସ୍ୱୀକାର ନକରି ଓଲଟା ଭାରତକୁ ଧମକ ଦେଉଛନ୍ତି ଯାହା ଭାରତୀୟ ସେନାଙ୍କ ଶିରା ପ୍ରଶିରାରେ ରକ୍ତକୁ ଆହୁରି ଗରମ କରିଦେଉଛି । ଏବଂ ସେମାନଙ୍କୁ ଇଟାର ଜବାବ ପଥରରେ ଦେବା ପାଇଁ ସୀମାରେ ଆକ୍ଟିଭ ମୋଡରେ ରହିଛନ୍ତି ଭାରତୀୟ ସେନା । ଏପରିକି ଖୋଜି ଖୋଜି ଆତଙ୍କବାଦୀଙ୍କ ଘରକୁ ମଧ୍ୟ ଉଡାଇ ଦେଉଛନ୍ତି ।
ଅନ୍ୟପଟେ ପହଲଗାମ ଆକ୍ରମଣକୁ ନେଇ ସାରା ଭାରତରେ ପାକିସ୍ତାନକୁ ନିନ୍ଦା କରାଯାଉଥିବା ବେଳେ ପାକିସ୍ତାନୀ ନେତା ଏପରି ବୟାନ ଦେବାକୁ ଆଦୌ ଗ୍ରହଣ କରାଯାଉନାହିଁ । ଏବଂ ପାକିସ୍ତାନକୁ ବୁଦ୍ଧି ଶିଖେଇବା ନେଇ ଭାରତ ଯୋଜନା କରୁଥିବା ବେଳେ ସୀମାରେ ଯୁଦ୍ଧ ସ୍ଥିତି ସୃଷ୍ଟି ହେଉଥିବା ସୂଚନା ମିଳୁଛି ।