ଗଜପତି ଜିଲ୍ଲା ମୋହନା କଲ୍ୟାଣ ମଣ୍ଡପ ଠ|ରେ ଭାରତୀୟ ମଜଦୁର ସଂଘର ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ମଜଦୁର ସଂଘ ଓ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ୍ ଗଜପତି ଜିଲ୍ଲା ସମ୍ପାଦିକା ଅଞ୍ଜଳି ନାୟକଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ସହାୟିକା ସ୍ଥାନୀୟ ହାଇସ୍କୁଲ ପଡିଆରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମୋହନା ବଜାର ପରିକ୍ରମା କରିବା ପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଭିଏଚପି ଓଡିଶା ପ୍ରାନ୍ତ ସାମାଜିକ ସମରସତl ପ୍ରମୁଖ ତରଣୀସେନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସହାୟିକାଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଥିଲେ l ଭାରତୀୟ ମଜଦୁର ସଂଘ ନେତୃତ୍ୱରେ ନିଶ୍ଚିତ ଭାବେ ସେମାନଙ୍କ ସମସ୍ୟା ଦୂରହେବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ l ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୁର ସଂଘ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ. ଭବାନୀ ଶଙ୍କର ଦାସ ଯୋଗଦେଇ ବ୍ଲକ ସଂଗଠନକୁ ସମସ୍ତ କର୍ମୀ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ l କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ଆଇନଜୀବି ବିଶ୍ୱ ରଞ୍ଜନ ଦାସ ଯୋଗଦେଇ ଭାରତୀୟ ମଜଦୁର ସଂଘ ଭଳି ରାଷ୍ଟ୍ରବାଦୀ ଶ୍ରମିକ ସଂଗଠନ ଦ୍ୱାରା ଅନେକ କାର୍ଯ୍ୟ ଆଗକୁ ବଢି ପାରିଥିବା କହିଥିଲେ l ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କାର୍ଯ୍ୟରୁ ଅବସର ଗ୍ରହଣ ନେଇଥିବା କେଭି | ଲକ୍ଷ୍ମୀ ପଟ୍ଟନାୟକ, ସରସ୍ବତୀ ଗୌଡ଼ ଓ ମିରା ନାୟକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଓ ମୃତ୍ୟୁ ବରଣ କରିଥିବା ସୁକାନ୍ତି ମଲିକଙ୍କ ପରିବାରକୁ ୫0 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମଚାରୀ ସଂଘ ଜିଲ୍ଲା ସଭାନେତ୍ରୀ କୁନି ଜାନି,ମୋହନା ବ୍ଲକ ସଭାନେତ୍ରୀ ଭାରତୀ ନାୟକ, ରାୟଗଡ ବ୍ଲକ ସଭାନେତ୍ରୀ ପ୍ରମିଳା ଦେବି ଓ ଗୁମା ବ୍ଲକ ସଭାନେତ୍ରୀ ପ୍ରମୋଦିନୀ ଶବର ଯୋଗଦେଇଥିଲେ l ଏହି ଅବସରରେ ଭାରତୀୟ ମଜଦୁର ସଂଘରର ବ୍ଲକ କମିଟି ଓ ଅଙ୍ଗନବାଡି କର୍ମଚାରୀ ସଂଘର ସେକ୍ଟର କମିଟି ଗଠନ କରାଯାଇଥିଲା l

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025