ଭାରତୀୟ ମଜଦୂର ସଂଘ୍ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭାରତୀୟ ମଜଦୂର ସଂଘ୍ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବ୍ରହ୍ମପୁର ଭାରତୀୟ ମଜଦୂ୍ର ସଂଘ ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ନିଷ୍ପତି ଅନୁଯାୟୀ ସାରା ଦେଶର ଆଞ୍ଚଳିକ ଭବିଷ୍ୟନିଧି ଆଯୁକ୍ତ କାର୍ଯ୍ୟାଳୟ ସମୁଖରେ ଧାରଣା ପ୍ରଦର୍ଶନ କରିବା ସହିତ ମାନ୍ୟଵର ପ୍ରଧାନମନ୍ତ୍ରୀଙ୍କ ଉର୍ଧେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଏହି କ୍ରମରେ ଆଜି ଭାରତୀୟ ମଜଦୂ୍ର ସଂଘ ଜ଼ିଲ୍ଲା ସଭାପତି ଡ଼ଃ ଭବାନୀ ଶଙ୍କର ଦାଶ ଙ୍କ ନେତୃତ୍ୱ ରେ ବ୍ରହ୍ମପୁର ଆଞ୍ଚଳିକ ଭବିଷ୍ୟନିଧି ଆଯୁକ୍ତ କାର୍ଯ୍ୟାଳୟ ସମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା l ଧାରଣା ସ୍ଥଳରେ ଆମ ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶ୍ରୀନିବାସ ରାଓ ଉପରୋକ୍ତ ଦାବିକୁ ଯଥାର୍ଥ କହିବା ସହିତ ଆଜିର ମହଂଗା ଯୁଗରେ ୧୦୦୦ ଟଙ୍କାରେ ଜଣେ କଣ କରିପାରିବ l ଏଣୁ ଏହାକୁ ବୃଦ୍ଧି କରି ୫୦୦୦ ଟଙ୍କା କରାଯାଉ l ପ୍ରତି ବର୍ଷ ମହଂଗା ଭତ୍ତାକୁ ପେନସନ ସହିତ ଯୋଡ଼ାଯାଉ l ଏବଂ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଉ ବୋଲି ସରକାର ଙ୍କ ନିକଟରେ ଦାବି ରଖିଥିଲେ l ଏହା ସହିତ EPS -୯୫ ର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ l ଜ଼ିଲ୍ଲା ସଭାପତି ଡ଼ଃ ଦାଶ ଭାରତୀୟ ମଜଦୂର ସଂଘ କର୍ମଚାରୀ ଙ୍କ ହିତ ପାଇଁ ଲଢେଇ କରିଥାଏ l ତେଣୁ ଉପରୋକ୍ତ ସମସ୍ତ ଦାବୀର ପ୍ରଶାଙ୍ଗିକ ଅଛି l ସରକାର ଅବିଳମ୍ବେ ଦାବି ଗୁଡିକୁ ଗରିବ ଶ୍ରମିକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଇବେ ବୋଲି ଆଶା ବ୍ୟକ୍ତ କରିଥିଲେ l ଜ଼ିଲ୍ଲା ର ବରିଷ୍ଠ କାର୍ଯ୍ୟକର୍ତ୍ତା, ପରାମର୍ଶ ଦାତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଲିଙ୍ଗରାଜ ସାହୁଓ ଜିଲ୍ଲା ସଂଗଠନ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ସ୍ୱାଇଁ,ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବରେ ରଖିଥିଲେ l ଗଞ୍ଜାମ ଜ଼ିଲ୍ଲା ସମ୍ପାଦକ ଶ୍ରୀ ଅର୍ଜୁନ କୁମାର ବେହେରା ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଭବିଷ୍ୟନିଧି ଆଯୁକ୍ତ ବ୍ରହ୍ମପୁର ଙ୍କୁ ଭେଟି ଆଲୋଚନା କରି ପ୍ରଧାନମନ୍ତ୍ରୀ ଉର୍ଧେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଥିଲେ l ଆଜିର ଏହି ଧାରଣା ପ୍ରଦର୍ଶନ ରେ ଭାରତୀୟ ମଜଦୂ୍ର ସଂଘ ର ସହବନ୍ଧିତ ସମସ୍ତ ୟୁନିଅନ ର ପ୍ରତିନିଧି, ଅନ୍ୟ ଜ଼ିଲ୍ଲା ମଧ୍ୟରେ.ଯୋଗଶ୍ୱର ଦାସ, ଶ୍ରୀ ବିରଞ୍ଚି ପଣ୍ଡା, ଅରୁଣ ଲଙ୍କା, ଚପଳା ନାୟକ,ର କାର୍ଯ୍ୟକର୍ତ୍ତା ଏବଂ ପଦାଧିକାରୀ ୫୦୦ରୁ ଆଦିକା କାଯ୍ୟକର୍ତା ଯୋଗ ଦେଇଥିଲେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ

author

Related Articles

Leave a Reply

Your email address will not be published. Required fields are marked *