ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କଠାରୁ ଗୋଟି ଗୋଟି କରି ହିସାବ ନେଇଛି ଭାରତ । ପାକିସ୍ତାନକୁ ଧୂଳି ଚଟାଇଛନ୍ତି ଭାରତୀୟ ସେନା । ଏବେ ସାମ୍ନାକୁ ଆସିଛି କିଛି ସାଟେଲାଇଟ ଫଟୋ ଯେଉଁଥିରେ କିଭଳି ଆତଙ୍କୀ ଆଡ୍ଡା ଗୁଡିକ ମାଟିରେ ମିଶିଛି ତାର ସ୍ପଷ୍ଟ ପ୍ରମାଣ ମିଳିଛି । ପାକିସ୍ତାନ ଭିତରେ ପଶି କଡ଼ା ଜବାବ ଦେଇଛି ଭାରତ । ଏନେଇ ପୂର୍ବରୁ ସେନା ପକ୍ଷରୁ କିଛି ଭିଡିଓ ଜାରି ହୋଇଥିବାବେଳେ ଏବେ ସାମ୍ନାକୁ ଆସିଛି କିଛି ସାଟେଲାଇଟ ଫଟୋ । ପାକିସ୍ତାନର ୯ଟି ସାମରିକ ଘାଟିକୁ ଧ୍ବଂସ କରିଛି ଭାରତ । ସାଟେଲାଇଟ ଫଟୋରେ ଏହାର ପ୍ରମାଣ ମିଳିଛି । ଦୁଇପ୍ରକାର ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ ପୂର୍ବରୁ କିଭଳି ଥିଲା ଏୟାରବେସ ଓ ଏବେ କେମିତି ଅଛି ତାହା ଦେଖିବାକୁ ମିଳିଛି ।

You can share this post!
author