
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ । ପ୍ରଥମ ମ୍ୟାଚ ଶୃଙ୍ଖଳାର ସହ ଖେଳାଯିବ ବୋଲି ସୂଚନା ରହିଛି । ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବ । ଆହତ ହୋଇଥିବା କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଦଳ । ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତିବା ପରେ ଭାରତୀୟ ମନୋବଳ ଦୃଢ ରହିଛି । ତେବେ ବିଦେଶ ମାଟିରେ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷ କରି ବିସ୍ପୋରକ ବ୍ୟାଟିଂ ଉପରେ ଲକ୍ଷ୍ୟ ରଖିଛି ଦଳ । ଟି-୨୦ ବିଶ୍ୱକପକୁ ଆଉ ମାତ୍ର ୬ମାସରୁ କମ ସମୟ ବାକି ଥିବା ବେଳେ ପ୍ରସ୍ତୁତିରେ ଉଭୟ ଦଳ ।