ସୁପର ସଣ୍ଡେରେ ଚାଲିଛି ସୁପର ଫାଇଟ୍ । ପୁଣି ଥରେ ଆମ୍ନାସାମ୍ନା ହୋଇଛନ୍ତି ଭାରତ-ପାକିସ୍ତାନ । କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ ହିଁ ଅଲଗା ପ୍ରକାରର । ଭାରତ -ପାକିସ୍ତାନ ଭିତରେ କେବଳ ମ୍ୟାଚ ତ ନୁହେଁ ଏହା କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ପର୍ବ ସଦୃଶ । ତେବେ ଆଜି ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପୁଣି ସାମ୍ନାସାମ୍ନି ହୋଇଥିବା ବେଳେ କିଏ ଜିତିବ ଆଉ କିଏ ହାରିବ ତା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଅନେକ ଟିଭି ପାଖରୁ ହଟୁନଥିବା ବେଳେ ଅନେକ ଅନଲାଇନ ସବସ୍କ୍ରିପସନ ନେଇ ମ୍ୟାଚ ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ଏମିତିବି ଏକ ଅନଲାଇନ ପ୍ଲାଟଫର୍ମ ରହିଛି ଯାହା ଆପଣଙ୍କୁ ମାଗଣାରେ ମ୍ୟାଚ ଦେଖିବାର ସୁଯୋଗ ଦେଉଛି । ତେବେ ଯଦି ଆପଣ ଆଜିର ମ୍ୟାଚର ମଜା ଫ୍ରିରେ ନବାକୁ ଯାଉଛନ୍ତି ତେବେ ଡେରି ନକରି ଜିଓ ହଟଷ୍ଟାର ଆପ ଓପନ କରନ୍ତୁା ଈଉଉଓ ଅନ୍ଲାଇନ୍ କ୍ରିକେଟ୍ ମ୍ୟାଚ୍ର ପ୍ରସାରଣ ଅଧିକାର ଜିଓକୁ ଦେଇଛି ଏବଂ ନିକଟରେ ଜିଓ ହଟ୍ଷ୍ଟାର୍କୁ କିଣି ଏହାର ନାମ ବଦଳାଇ ଜିଓ ହଟ୍ଷ୍ଟାର୍ କରିଦେଇଛି । ଏଭଳି ପରିସ୍ଥିତିରେ ଜିଓ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାମାନେ ଜିଓ ହଟ୍ଷ୍ଟାର୍ରେ ମାଗଣାରେ ଭାରତ-ପାକିସ୍ତାନ ମ୍ୟାଚ୍ ସହଜରେ ଦେଖିପାରିବେ ।
