ଭାରି ହେଉଛି ବିଜେଡିର ପଲା…

ଭାରି ହେଉଛି ବିଜେଡିର ପଲା…

ଦିନକୁ ଦିନ ଭାରି ହେଉଛି ବିଜେଡିର ପଲା । ଗୋଟିଏ ପରେ ଗୋଟିଏ ବାଜି ନିଦ୍ୱର୍ନ୍ଦ୍ୱରେ ଜିତୁଛନ୍ତି ନବୀନ । ଯାହାକୁ ନେଇ ବିଜେପି ଶିବିରରେ ଛନକା ପଶିଥିବା କୁହାଯାଉଛି । ତେବେ ନିକଟରେ ବିଜେପିର ଶତ ଚାଲ ସତ୍ୱେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ପଦ ବିଜେଡି ନିଜ ପାଖରେ ରଖିବାରେ ସଫଳ ହୋଇପାରିଛି । ଅନାସ୍ଥା ଆଣିବାର ପ୍ରାୟ ଏକ ମାସ ହେବ ନିର୍ବାଚନକୁ ଜାଣି ଜାଣି ସ୍ଥଗିତ ରଖିବା ପରେ ମଧ୍ୟ ବିଜେଡି ଅଧ୍ୟକ୍ଷା ରୋଜୀ ସେଠୀ ନିଜ ପଦରେ ଆଞ୍ଚ ଆସିବାକୁ ଦେଲେନାହିଁ । ଆଉ ଏହି ବିଜୟ ପରେ ସ୍ଥାନୀୟ ବିଧାୟକ ସାରଦା ପ୍ରଧାନଙ୍କ ମୁହଁ ଶୁଖିଯିବା ସହ ବିଜେପିି ନିର୍ବାଚନକୁ ଭୟ କରି ଏପରି ଗୋଟି ଚଳାଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।

ଅନ୍ୟପଟେ ଏହି ବିଜୟର କିଛି ଦିନ ପରେ ବିଜେଡିରେ ଶହ ଶହ କର୍ମୀ ଏବଂ ନେତା ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ନବରଙ୍ଗପୁର ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ପ୍ରଧାନୀଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଥିଲେ । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡି ହାତ ଧରିଥିବା ମତପ୍ରକାଶ କରିଥିଲେ । ତେବେ ନବରଙ୍ଗପୁରର ଅଧିକାଂଶ ଆସନରେ ବିଜେପି ରାଜ କରୁଥିବା ବେଳେ ଲୋକଙ୍କ ସରକାରଙ୍କୁ ହାତ ନବଢାଇ ବିରୋଧୀ ବିଜେଡିକୁ ସେମାନେ ହାତ ବଢାଇଛନ୍ତିା ଆଉ ଏଥିରୁ ଲୋକଙ୍କ ସରକାରକୁ ବି ଲୋକଙ୍କ ଭରଷା ପାଉନଥିବା ଆଶଙ୍କା କରାଯାଉଛି ।

ତେବେ କେବଳ ଏତିକି ନୁହେଁ, ଆଉ କିଛି ଦିନ ପରେ ମୋହନ ସରକାର ରାଜ୍ୟରେ ଏକ ବର୍ଷ ପୂର୍ତି ପାଳନ କରିବାକୁ ଯାଉଥିବା ବେଳେ ଏବେ ବି ନବୀନ ପଟ୍ଟନାୟକ ଏବଂ ମୋହନ ମାଝୀଙ୍କ ମଧ୍ୟରେ ତୁଳନା କରାଯାଉଛି । ଏବଂ ନବୀନଙ୍କୁ ଅଧିକ ସପୋର୍ଟ ମିଳୁଥିବା ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *