ଲୋକଙ୍କ ପେଟ କଥା ବୁଝନ୍ତି ମୋହନ .ସେଥିପାଇଁ ମଝିରେ ଲୋକଙ୍କ ପେଟର ଭୋକ ବିଷୟରେ ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ .ନିକଟରେ ପାଣି ପଂଚାୟତ ପକ୍ଷ ୨୦୨୫ ଉଦଯାପନି ସମାରୋହ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ .ସେଠାରେ ସେ ଭାଷଣ ଦେବା ସମୟରେ ଖାଇବା ସମୟ ହୋଇଯାଇଥିବାରୁ .ଲୋକଙ୍କୁ ଖାଇବା ଦିଆଗଲାଣି କି ନାହିଁ ପଚାରି ବୁଝିଥିଲେ . ଯାହାର ଭିଡ଼ିଓ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା . ଯାହାକୁ ଦେଖିବା ପରେ ସମସ୍ତେ କହୁଥିଲେ ମୁୂଖ୍ୟମନ୍ତ୍ରୀଙ୍କ ଖାଲି ଖାଇବା ଚିନ୍ତା କିନ୍ତୁ ପ୍ରକୃତ କଥା ହେଉଛି ସେ ନିଜ ପାଇଁ ନୁହେଁ ବରଂ ଲୋକଙ୍କ କଥା ପଚାରି ବୁଝୁଥିଲେ .ସଭାରେ ଉପସ୍ଥିତ ଲୋକମାନେ ଖାଇଲେଣିକି ନାହିଁ .
ତେବେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପ୍ରସଂଶା ସାଉଁଟି ଚାଲିଛନ୍ତି ମୋହନ . ସେ ସଭା ହେଉ ସମିତି ନିଜର ଶାନ୍ତ ସରଳ ସ୍ୱଭାବ ପାଇଁ ଲୋକମାନଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି . ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳୁନଥିଲା . ସେଠାରେ ମୁଖ୍ୟମନ୍ତ୍ରୀ ଉତ୍ସବ ଟିଏ ହେଲେବି ଲୋକଙ୍କ ଖୁସିରେ ସାମିଲ ହେଉଛନ୍ତି . ଖାଲି ଲୋକେ କାହିଁ ବିଜେଡ଼ି ବିଧାୟକ ଅରୁଣ ସାହୁ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଶଂସା କରିବାକୁ ପଛେଇ ନଥିଲେ .
ତେବେ ନୟାଗଡ଼ ମହୋତ୍ସବରେ ମୋହନଙ୍କୁ ସମସ୍ତଙ୍କ ଆଗରେ ଭୁରି ଭୁରି ପ୍ରଶଂସା କଲେ ବିଜେଡ଼ି ବିଧାୟକ ଅରୁଣ ସାହୁ . ତେବେ ନିକଟରେ ନୟାଗଡ଼ ମହୋତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ .ସେଠାରେ ତାଙ୍କୁ ମଂଚ ଉପରେ ଭୁରି ଭୁରି ପ୍ରଶଂସା କରିଥିଲେ ବିଧାୟକ ଅରୁଣ ସାହୁ . ତେବେ ଅରୁଣ କହିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଉପସ୍ଥିତ ରହି ଯେଉଁ ପ୍ରେରଣା ଦେଇଛନ୍ତି . ମୁଁ ତାଙ୍କୁ ନୟାଗଡ଼ ଜିଲ୍ଲା ବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛି . ଏଥିପାଇଁ ଧନ୍ୟବାଦ ଜଣାଉଛି ଯେବେଠୁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି .ସେ ଅନେକ ମହୋତ୍ସବକୁ ଯାଇଛନ୍ତି .ସେଠି ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି .