ଭିଜୁଛି 8 ଜିଲ୍ଲା …27ରୁ କମିବ ବର୍ଷା ବଢିବ ଥଣ୍ଡା

ଭିଜୁଛି 8 ଜିଲ୍ଲା …27ରୁ କମିବ ବର୍ଷା ବଢିବ ଥଣ୍ଡା

ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା । ଆଗାମୀ ୨୪ ଘଂଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଜି ବି ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା । ଏହାରି ଭିତରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ରାଜ୍ୟରେ ବର୍ଷା କରାଉଛି । ଆଜି ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିଛି । ଆଜି ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଜିଲ୍ଲାଗୁଡ଼ିକ ହେଲା ପୁରୀ,ଖୋର୍ଦ୍ଧା,ଗଞ୍ଜାମ,ଗଜପତି,ରାୟଗଡ଼ା,କୋରାପୁଟ,ମାଲକାନଗିରି, ନବରଙ୍ଗପୁର। ଆସନ୍ତା ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର ଗଂଜାମ, ଗଜପତି , କୋରାପୁଟ, ମାଲକାନିଗରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ସ୍ବଳ୍ପ ବର୍ଷା। ଆଜି ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ଅଛି। ଆସନ୍ତାକାଲି ପରେ ବର୍ଷାର ପରିଣାମ ପୁରା କମିପାରେ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶିକା ।

author

Related Articles

Leave a Reply

Your email address will not be published. Required fields are marked *