ରାଜଧାନୀ ଭୁବନେଶ୍ବର ମାଙ୍କ ପାଇଁ ଲାଗିଲାଣି ଗହଳି ଚହଳି। ବିରାଟ ତୋରଣ ଓ ଡେକରେସନ ସାଙ୍ଗକୁ ଖାଇବା ପିଇବା ର ଆସର ଭିଡକୁ କରିଛି ଦ୍ୱିଗୁଣିତ। ଖାଲି ସେତିକି ନୁହେଁ ମୀନ ବଜାର ଭିତରେ ରାମଦୋଳି, ବ୍ରେକ ଡ୍ୟାନ୍ସ, ଡାଇନସର୍, ରେଳଗାଡ଼ି ମଜା ପାଇଁ ସ୍ଥାନ ପାଇଛି ଆଉ ଏହାରି ଭିତରେ ଗହଳି ବା ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଥିଲେ ମଧ୍ଯ ରାତି ହେଲେ ମା’ଙ୍କ ଦର୍ଶନ ପାଇଁ ଆସୁଥିଲା ଶ୍ରଦ୍ଧାଳୁଙ୍କୁ ଲୁଟିବାକୁ ଭିଡ଼ରେ ବୁଲୁଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ବମିଖାଲ ପୂଜା ମଣ୍ଡପ ନିକଟରୁ ୪ ଜଣ ମହିଳାଙ୍କ ବେକରୁ ଲୁଟିଛନ୍ତି ୧୦ ଭରି ଲେଖାଏଁର ୪ଟି ସୁନା ଚେନ୍ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ବମିଖାଲ ପୂଜା ମଣ୍ଡପ ପାଖରେ ସୁନା ଚେନ୍ ଲୁଟର ଶିକାର ହୋଇଛନ୍ତି ୪ ଜଣ ମହିଳା । ମାତ୍ର ୧୫ ମିନିଟରେ ଚୋରି କରି ଚମ୍ପଟ ମାରିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ଚେନ ଚୋରି ପରେ ଭୋ ଭୋ ହୋଇ ମହିଳାମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପୋଲିସର କଡ଼ା ସୁରକ୍ଷା ବଳୟ ଓ ସିସିଟିଭି ସର୍ଭିଲାନ୍ସରେ ପୂଜା ମଣ୍ଡପ ଅଞ୍ଚଳ ଥିବା ବେଳେ ଏପରି ଚୋରି ସମସ୍ତଙ୍କୁ ଚକିତ କରିଛି । ଏ ନେଇ ପିସିଆରକୁ ଜଣାଇବା ପରେ ଛାନବିନ ଆରମ୍ଭ ହୋଇଛି ।

You can share this post!
author
Related Articles
କଲବଲ କଲାଣି ତାତି 45 ଡିଗ୍ରୀ ଡେଇଁଲା…
- April 22, 2025
ପଞ୍ଚଭୂତରେ ଲୀନ ହେଲେ ଉତ୍ତମ
- March 1, 2025
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ କାର
- November 25, 2024