ଈଟିଭି ଭାରତର ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁ ଙ୍କ ବିୟୋଗ। ୪୯ ବର୍ଷ ବୟସରେ ଅକାଳ ଅକାଳ ବିୟୋଗ ଘଟିଛି । ବିଗତ ଦୁଇ ଦିନ ହେବ ଶରୀର ଅସୁସ୍ଥ ଥିବା ଯୋଗୁଁ କାର୍ଯ୍ୟରେ ଯୋଗ ଦେଇନଥିଲେ। ଆଜି ହଠାତ୍ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ଆଜି ପ୍ରାୟ ୨:୩୦ ସମୟରେ ୪୯ ବର୍ଷ ବୟସରେ ଦେହାନ୍ତ ଘଟିଛି। ତାଙ୍କ ଅକାଳ ଵିୟୋଗକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁକୁ ନେଇ ଓଡ଼ିଶାର ଗଣମାଧ୍ୟମ ଜଗତରେ ବି ଶୋକର ଛାୟା ଖେଳିଯାଇଛି। ତାଙ୍କର ଆବର୍ତ୍ତନରେ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

You can share this post!
author