ବିଧାନସଭାରେ ନବୀନ କହିଲେ ବସ୍ତାନୀ ଭାରି ପାଠ ଘର ଶୂନ । କାହିଁକି ଏମିତି କହିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଗୃହ ବାହାରେ ବୁଝାଇଲେ ନୟାଗଡ ବିଧାୟକ ଅରୁଣ ସାହୁ । ହଁ ଆଜ୍ଞା ବିଧାନସଭାରେ ବଜେଟ ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରର ବିଫଳତାକୁ ଗୃହରେ ଉଠାଇଥିଲେ । ପୂର୍ବ ବର୍ଷର ବଜେଟ ଅପେକ୍ଷା ଚଳିତ ଥରର ବଜେଟ କାହିଁକି କମିଛି । ପ୍ରଶ୍ନ କରିଛନ୍ତି ନବୀନ । ବିଜେପି ସରକାରକୁ ଆସିବା ସମୟରେ କହିଥିଲା କି ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ଓଡିଶାକୁ ଡବଲ ଲାଭ ମିଳିବ । କିନ୍ତୁ ଏବେ ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି । ଚଳିତ ବଜେଟକୁ ବସ୍ତାନୀ ଭାରି ପାଠ ଘର ଶୂନ ବୋଲି କହିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଯାହା ପରେ ଗୃହରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।
ଗୃହ ବାହାରେ ମଧ୍ୟ ମୋହନ ସରକାରଙ୍କ ଉପରେ ବର୍ଷିଥିଲେ ନୟାଗଡ ବିଧାୟକ ଅରୁଣ ସାହୁ । ଗୃହ ଭିତରେ ମୋହନଙ୍କୁ ତୀବ୍ର ସମାଲୋଚନା କରି ନବୀନ ଯେଉଁ ଉକ୍ତି ରଖିଲେ ବସ୍ତାନୀ ଭାରି ପାଠ ଘର ଶୂନ । ତାହା ଉପରେ ନୟାଗଡ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ମଧ୍ୟ ନିଜର ଟିପ୍ପଣୀ ରଖିଛନ୍ତି । ଅରୁଣ କହିଛନ୍ତି ବଜେଟ ଆଣିଲେ ସୁଦ୍ଧା ଖର୍ଚ୍ଚ କରିବାର ତରିକା ଶିଖିନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କି ବଜେଟ ଖର୍ଚ୍ଚ କରିବା ପାଇଁ ଉଦ୍ୟମ କରୁନାହାନ୍ତି ଏ ଡବଲ ଇଞ୍ଜିନ ସରକାର । ଖାଲି ସେତିକି ନୁହେଁ ଆହୁରି ମଧ୍ୟ ଅରୁଣ କହିଛନ୍ତି ଏ ସରକାର ରିଭର୍ସ ଗିଅରରେ ଚାଲିଛି । ବଜେଟର ଆକାର ବଡ ହୋଇଛି କିନ୍ତୁ ଏଥିରେ ଅନ୍ତସାରଃ ଶୂନ ବୋଲି କହିଛନ୍ତି ଅରୁଣ । ମୋହନ ସରକାରର ପ୍ରଥମ ବଜେଟ ମଧ୍ୟ ଠିକ ଭାବରେ ଖର୍ଚ୍ଚ ହୋଇନାହିଁ । ତେବେ ବିରୋଧିଙ୍କ କାଉଣ୍ଟରର କଣ ଜବାବ ଦେଉଛନ୍ତି ରାଜ୍ୟ ସରକାର କି ବଜେଟକୁ ଠିକ ଭାବରେ ଉପଯୋଗ କରିବାରେ ସଫଳ ହୋଇ ବିରୋଧି ବିଜେଡିକୁ ଶକ୍ତ ଝଟକା ଦେବେ ତାହା ଦେଖିବାକୁ ବାକି ରହିଲା ।
