ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ତରତରା ଛକ ଠାରେ ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଜେପିର ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାୟକ, ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ବିଜେପି ନେତା ଆଲୋକ ସେଠୀ, ପୁର୍ବତନ ଜିଲ୍ଲା ସଭାପତି ସବୁଜ ମହାନ୍ତ, ପୁର୍ବତନ ନଗରପାଳ ରାମଚନ୍ଦ୍ର ସାହୁ, ନିରାକାର ଦଳେଇ, ଜିଲ୍ଲାପରିଷଦ ଅସୀମା ମିଶ୍ର ପ୍ରମୁଖ ଯୋଗଦେଇ କିପରି ପ୍ରତି ଗ୍ରାମ ଓ ପ୍ରତି ୱାର୍ଡ ମାନଙ୍କରେ ସଂଗଠନକୁ
କିପରି ଦୃଢୀଭୂତ କରାଯାଇ ପାରିବ ଓ ବିଜେପି ସରକାର ଙ୍କ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକେ ସଚେତନ ହେବେ ସେନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଭିନ୍ନ ଭିନ୍ନ ଦଳରୁ ୫ଶହରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ସାମିଲ ହୋଇଥିବା ବେଳେ ୧୦ଟି ପଞ୍ଚାୟତର ସରପଞ୍ଚ ଓ ୫ଟି ପୂର୍ବତନ ସରପଞ୍ଚ ବିଜେପିରେ ମିଶିଥିଲେ। ବିଜେପି ନେତୃବୃନ୍ଦ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
