
ଗୋଷ୍ଠୀ କନ୍ଦଳ ହୋଇପାରେ ବୁମେରାଂ । କର୍ପୋରେଟର ଅମରେଶ ଜେନାଙ୍କ ବୟାନକୁ ନେଇ ଚର୍ଚ୍ଚା ।ବିଜେଡି ହାତରୁ ଖସିଯିବ କି ବିଏମସି? କର୍ପୋରେଟର ଅମରେଶ ଜେନାଙ୍କ ବୟାନ ପରେ ଏମିତି ଚର୍ଚ୍ଚା ବଢିବାରେ ଲାଗିଛି। ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏପରି ହେଲେ ବିଜେଡି କର୍ପୋରେଟର ବିଜେପିରେ ମିଶିବା ସମ୍ଭାବନା ବଢିଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏହା ସହ ସେମାନେ ମେୟର ସୁଲୋଚନା ଦାସଙ୍କୁ ଚାପ ସୃଷ୍ଟି କରି ତାଙ୍କୁ ହଇରାଣ କରିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି।ଏହା ଆଗାମୀ ଦିନରେ ବିଜେପିକୁ ସୁହାଇବ ଓ ସେମାନେ ଏକ ତୃତୀୟାଂଶ କର୍ପୋରେଟରଙ୍କୁ ନିଜ ସପକ୍ଷରେ ଆଣିବାରେ ସକ୍ଷମ ହେବେ ବୋଲି ଅମରେଶ ଜେନା କହିଛନ୍ତି।