ଭୁଲ କଲେ ମୋହନ ଆସୁଛନ୍ତି ନବୀନ !

ଭୁଲ କଲେ ମୋହନ ଆସୁଛନ୍ତି ନବୀନ !
  • ରାଜରାସ୍ତାରେ ଗର୍ଜିଲେ ମହିଳା,ପୁଣି ହେବ ନିର୍ବାଚନ
  • କହିଲେ ମହିଳା ମୋହନଙ୍କୁ ଭୋଟ ଦେଇ ଭୁଲ କଲୁ
  • ଆଠ ମାସ ପରେ ପୁଣି ଜିତିବେ କି ନବୀନ ?

ଦାଣ୍ଡରେ ପଡି ହାଟରେ ଗଡୁଛି ମୋହନଙ୍କ ଅପାରଗତା । ମହିଳାଙ୍କ ଠାରୁ ଯେ ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟିଏ କଥା ମୋହନ ମାଝୀଙ୍କୁ ଭୋଟ ଦେଇ ଭୁଲ କଲୁ । ନବୀନ ଆମର ଠିକ୍ ଥିଲେ କିନ୍ତୁ ମୋହନ ସବୁ ସାରିଦେଲେ । ଏ କଥା ଆମର ନୁହେଁ ବରଂ ନ୍ୟାୟ ପାଇଁ ରାଜରାସ୍ତାରେ ଗର୍ଜୁଥିବା ମାଆ ମାନଙ୍କର । ଲୋକଙ୍କ ସରକାର ଆସିଲା କିନ୍ତୁ ଲୋକଙ୍କ ପାଇଁ ସରକାର କଣ କାମ କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଲାଣି । ଏସଏଚଜି ମହିଳାମାନଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ପୂର୍ବର ସରକାର ସେମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ରାଶି ପ୍ରଦାନ କରୁଥିଲେ କିନ୍ତୁ ଆଜିକୁ ଆଠମାସ ହୋଇଯିବ ନୂଆ ସରକାର ନା ସେମାନଙ୍କୁ ଦରମା ଦେଉଛନ୍ତି ନା ସେମାନଙ୍କ ଦୁଃଖ ବୁଝୁଛନ୍ତି । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଶହ ଶହ ମହିଳାମାନେ ଗଣ ବିକ୍ଷୋଭର ଡକରା ଦେଇଛନ୍ତି ମୋହନ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ଶୁଣନ୍ତୁ କିନ୍ତୁ ସେମାନଙ୍କୁ ବିଜେଡି ଲୋକ କହି ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ମୋହନ ସରକାରଙ୍କୁ ଭରସା କଲି ଭୋଟ ଦେଲୁ କିନ୍ତୁ ଆମ ଭୋଟର ମୂଲ୍ୟ ରଖୁନାହାନ୍ତି ମୋହନ ସରକାର ବୋଲି ଅଭିଯୋଗ କଲେଣି ସାଧାରଣ ଜନତା । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ ଆଠମାସ ବିତିଯାଇଛି କିନ୍ତୁ ଆଠମାସର ସରକାରଙ୍କୁ ସାଧାରଣ ଜନତାଙ୍କ ଲୋକପ୍ରିୟତା ନୁହେଁ ଆକ୍ରୋଶର ଶିକାର ହେବାକୁ ପଡୁଛି । ନିଜର ଗଡ ରକ୍ଷା କରିବା ପାଇଁ ମୋହନ ଏବେ କଣ ପନ୍ଥା ଆପଣାଇବେ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *