ଭୋକିଲଙ୍କୁ ‘ଆହାର’, ମହିଳା ସ୍ୱାବଲମ୍ବନର ଆଧାର

ଭୋକିଲଙ୍କୁ ‘ଆହାର’, ମହିଳା ସ୍ୱାବଲମ୍ବନର ଆଧାର

ଭୁବନେଶ୍ୱର:

ମିଶନ ଶକ୍ତି ମାଧ୍ୟମରେ ଶହଶହ ଭୋକିଲଙ୍କୁ ଆହାର ଯୋଗାଇଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ | ସେମାନେ ଏବେ ସରକାରୀ ଯୋଜନାର ଅନ୍ତଭୁର୍କ୍ତ ‘ଆହାର କେନ୍ଦ୍ର’ରେ ନିଜକୁ ସାମିଲ କରିପାରିଛନ୍ତି | ନାରୀ ସଶକ୍ତିକରଣ ପ୍ରକଳ୍ପର ଆଭିମୁଖ୍ୟ ହେଉ | ମହିଳାଙ୍କୁ ସାମାଜି, ଅର୍ଥନୈତିକ ଦୃଢ କରିବା | ଏହି ସ୍ଲୋଗାନ ଏବେ ମହିଳାମାନଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଛି | ନିଜର ପାରିବାରିକ ସମସ୍ୟା ହେଉ ଅବା ଇବାର ବୋଝ ସମ୍ଭାଳିବା ଘରୁ ଗୋଡ କାଢି ସାମାଜିକ ମୂଲ୍ୟବୋଧର ନିୟୋଜିତ କରିପାରିଛନ୍ତି | ଲୋକଙ୍କୁ ଖାଇବା ବାଢ଼ିବାଠାରୁ ଆରମ୍ଭ କରି ଟୋକନ କାଟିବା, ତାଙ୍କ ସଂଗ୍ରହ କରିବା ପର୍ଯ୍ୟନ୍ତ ସମସ୍ତ ଦାଇତ୍ୱ ତୁଲାଇ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ମହିଳାମାନେ | ଦିନରେ ୧ହଜାର ଲୋକ ଓ ରାତିରେ ୫ଶହଲୋକଙ୍କୁ ଖାଦ୍ୟ ପରସି ପାଲଟିଛନ୍ତି ‘ଅନନ୍ୟ ଅନାପୂର୍ଣ୍ଣା’ |
ରାଜଧାନୀ କିଛି ସ୍ଥାନରେ ଆହାର କେନ୍ଦ୍ରରେ ଖାଦ୍ୟ ପରସି ଭୋକିଲାଙ୍କ ମୁହଁରେ ହସ ଫୁଟାଉଛନ୍ତି ଏସଏଚଜି ମହିଳାମାନେ | କ୍ୟାପିଟାଲ ହସ୍ପିଟାଲରେ ଶହଶହ ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ପରସି ସେମାଙ୍କ ମୁହଁରେ ହସ ଫୁଟାଇବା ଶହ ସମାଜରେ ନିଜ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛନ୍ତି | ଯେଉଁ ସ୍ଥାନରେ ପୁରୁଷମାନେ ସ୍ଥାନ ଥିଲା, ସେସବୁକୁ ଅତିକ୍ରମ କରି ସେମାନେ ଏବେ ସେହି ଦାଇତ୍ୱ ତୁଲାଇ ରୋଜଗାରକ୍ଷମ ହୋଇପାରିଛନ୍ତି | ଏମିତି ରାଜଧାନୀ ଭୁବନେଶ୍ୱର ଶବର ସାହିର ରାମଚଣ୍ଡୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଉଦାହରଣ ସୃଷ୍ଟି କରିପାରିଛନ୍ତି |

୧୫ବର୍ଷ ତଳେ ୧୦ଜଣଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ଗୋଷ୍ଟି ୨୦୧୯ ଅଗଷ୍ଟ ମାସରୁ କାରଣ ମହାମାରୀ ସମୟରେ ସ୍ୱାବଲମ୍ବନର ଆଉ ଏକ ସୋପାନରେ ପାଦ ଦେଇଥିଲେ ସେମାନେ | ସକାଳେ ଓ ରାତିରେ କ୍ୟାପିଟାଲ ହସ୍ପିଟାଲ ନିକଟରେ ଥିବା ଆହାର କେନ୍ଦ୍ରରେ ଲୋକଙ୍କୁ ଖାଦ୍ୟ ଭୋଜନ ପରସି ରୋଜଗାରକ୍ଷମ ହୋପାରିଛନ୍ତି | ସକାଳ ୯ଟାରୁ ଟିକେଟ କାଟିବା ଠାରୁ ଖାଇବା ଜଗିବା, ଲୋକଙ୍କୁ ଖୁସିରେ ଖାଦ୍ୟ ପରଷିବା କାମରେ ନିଜକୁ ନିୟୋଜିତ କରିଛନ୍ତି ବୋଲି ଏସଏଚଜିରେ ସଭାପତି ମେଘି ପ୍ରଧାନ ସୂଚନା ଦେଇଛନ୍ତି | ଦିନକୁ ପ୍ରାୟ ୧୫ଶହରୁ ଉର୍ଦ୍ଧ ଲୋକଙ୍କୁ ପ୍ରତିଦିନ ଖାଇବା ପାଇଁ ଯୋଗେଇଛନ୍ତି ସେମାନେ | ପ୍ରତ୍ୟକଦିନ ମହିଳାମାନେ ନିଜର ସମୟ ଅନୁସାରେ ଯାଉଛନ୍ତି | ମାସକୁ ୮ହଜାରୁ ଉର୍ଦ୍ଧ ଟଙ୍କା ରୋଜଗାର କରିପାରୁଛନ୍ତି | ସାଂସାରିକ ସମସ୍ୟା ଭିତରେ ରହି ମଧ୍ୟ ନଜ ଉଦ୍ୟମ ବଳରେ କେନ୍ଦ୍ରରେ ଦାଇତ୍ୱକୁ ସୂଚାରୁ ରୂପେ ତୁଲାଉଛନ୍ତି | ଆହାର କେନ୍ଦ୍ରରେ କାମକରି ଅଧିକାଂଶ ମହିଳା ପିଲାଙ୍କୁ ପାଠ ପଢ଼ାଇବା ଶହ ପରିବାର ପ୍ରତିପୋଷଣ କରୁଛନ୍ତି | ଏସମ୍ପର୍କରେ ମେଘି କୁହନ୍ତି, ମହିଳାମାନଙ୍କ ସାମର୍ଥ୍ୟ ଅନୁଯାୟୀ ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷପ ନିଶ୍ଚିତଭାବେ ଆମ ପାଇଁ ଆଶୀର୍ବାଦ ସଦୃଶ | ନିଜ ରୋଜଗାର ଦେଖି ନ ଥିଲୁ | ନିଜ ଅଧିକାର ପାଇଲୁ | ଜନସେବାରେ ନିଜକୁ ନିୟୋଜିତ କରିବା ପରି ଲାଗୁଛି ବୋଲି ମେଘି କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *