ନିର୍ବାଚନ ପାଇଁ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ବି ଜୋର ଧରୁଛି । ନିଜ ନିଜ ଢଙ୍ଗରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଯାହାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତ୍ରୀ ହେମାମାଳିନୀ ନିଜ ପାଇଁ ପ୍ରଚାର କରିବାକୁ ଯାଇ ଚାଷ ଜମିରେ ଗହମ କାଟୁଥିବା ନଜର ଆସିଛନ୍ତି । ଏବଂ ଏହି ଫଟୋ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ମଥୁରା ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ହେମାମାଳିନୀ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଲୋକଙ୍କ ଭେଟିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ଗୁରୁବାର ଏକ ଗାଁକୁ ଯାଇ ସେଠାରେ ଲୋକମାନଙ୍କ ସହ କଥା ହେବା ସହ ତାଙ୍କ ସହ ଜମିରେ ଗହମ କାଟୁଥିବାର ଦେଖିବାକୁ ମିଳିଛି ।

You can share this post!
author