ଭୋ ଭୋ ହୋଇ କାନ୍ଦିଲେ ସାଂସଦ

ଭୋ ଭୋ ହୋଇ କାନ୍ଦିଲେ ସାଂସଦ

ସାମ୍ବାଦିକଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ସାଂସଦ . ସାଂସଦଙ୍କ ଏମିତି କାନ୍ଦ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ . ପାଖରେ ବସିଥିବା ନେତାମାନେ ତାଙ୍କୁ ବାରମ୍ବାର ଚୁପ କରାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ କାନ୍ଦି ଚାଲିଥିଲେ .ତେବେ ପୁଣି ରାମ ନଗରିକୁ ଲଜ୍ଜିତ କରାଯାଇଛି . ଅଯୋଧାରେ ଜଣେ ଦଳିତ ବାଳିକାଙ୍କୁ ଅତି ନିମର୍ମ ଭାବେ ହତ୍ୟା କରାଯାଇଛି . ବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି .

ତେବେ ରବିବାର ଦିନ ଏସପି ନେତା ଅବଧେଶ ପ୍ରସାଦ ଦଳିତ ବାଳିକାଙ୍କ ହତ୍ୟା ଉପରେ ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ . ଯେଉଁସମୟରେ ସେ ସାମ୍ବାଦିକ ମାନଙ୍କ ଆଗରେ କାନ୍ଦିବାକୁ ଲାଗିଥିଲେ . ନ୍ୟାୟ ନ ମିଳିଲେ ସେ ଲୋକସଭା ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ . ସାଂସଦଙ୍କୁ ଏମିତି କାନ୍ଦୁଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ . ତାଙ୍କ ପାଖରେ ବସିଥିବା ନେତାମାନେ ତାଙ୍କୁ ବାରମ୍ବାର ଚୁପ କରାଇବାକୁ ଚେଷ୍ଟା କରୁଥିଲେ . ଆଉ ନ୍ୟାୟ ପାଇଁ ଏକ ବଡ଼ ଲଢ଼େଇ ଲଢ଼ାଯିବ ବୋଲି କହୁଥିଲେ .

ତେବେ ଏହା ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଲ୍କି ପୁର ବିଧାନସଭା ଉପ ନିର୍ବାଚନ ଅଂଚଳରେ ଏକ ସଧାରଣ ସଭା ଅନୁଷ୍ଠିତ ହେଉଛି . ଯେଉଁଥିରେ ବିପୁଳ ଜନ ସମାଗମ ହୋଇଛି . ଏବେ ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଂଚିଛି .ଅପରପକ୍ଷେ ସମାଜବାର୍ଦି ପାର୍ଟି ରାଷ୍ଟ୍ରୀୟ ଅଧକ୍ଷ ଅଖିଳେଶ ଯାଦବ ଆଜି ମିଲ୍କି ପୁର ବିଧାନସଭା ଅଂଚଳରେ ଏକ ଜନସଭାକୁ ସମ୍ବୋଧିତ କରିବେ .ଯେଉଁଥିରେ ଏହି ଘଟଣାକୁ ଏକ ପ୍ରମୁଖ ପ୍ରସଙ୍ଗ କରାଯିବା .

author

Related Articles

Leave a Reply

Your email address will not be published. Required fields are marked *