ଭୟରେ ଦୁବାଇ ପଳାଇଲେ ପାକ୍ ପ୍ରଧାନମନ୍ତ୍ରୀ

ଭୟରେ ଦୁବାଇ ପଳାଇଲେ ପାକ୍ ପ୍ରଧାନମନ୍ତ୍ରୀ

ପ୍ରତିକଥାରେ ଭାରତୀୟଙ୍କୁ ଧମକ ଦେଉଥିବା ପାକିସ୍ତାନ ଏବେ କାଙ୍ଗାଳ ହୋଇଯାଇଛି । ବାହାଦୂରିଆ ଶେହବାଜ ସରିଫ ଏବେ ପଳାୟନପନ୍ଥୀ ସାଜିଛନ୍ତି । ପାକ୍ ଉପରେ ଘନଘନ ଭାରତ କରୁଛି ଆକ୍ରମଣ । କୋକୁଆ ଭୟରେ ରହିଛି ପାକିସ୍ତାନ । ପହଲଗାମ ଆତଙ୍କବାଦୀ ହମଲାର ଭାରତ ନେଇଛି ଭୟଙ୍କର ପ୍ରତିଶୋଧ । ଭାରତୀୟ ସେନାଙ୍କ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ପାକିସ୍ତାନ । ଭୟରେ ଥରିଉଠିଛି ପାକ୍ ଦେଶ । ଆତଙ୍କବାଦକୁ ଅସ୍ତ୍ର କରି ଭାରତରେ ଗୋଟେ ପରେ ଗୋଟେ ତାଣ୍ଡବ ରଚୁଥିଲା ପାକିସ୍ତାନ । ଯାହାର କଡ୍ଡା ଜବାବ ରଖିଛି ଭାରତୀୟ ସେନା । ରାତିଅଧିଆ ଏୟାରଷ୍ଟ୍ରାଇକ ପରେ ସୀମାରେ ଚାଲିଛି ଅପରେସନ ସିନ୍ଦୂର 2.0 । ଭାରତର ଲଢୁଆ ବିମାନ ସୁଖୋଇ,ଏସ୍ 400 ଗୋଟି ଗୋଟି କରି ନିଜର ଦମ ଦେଖାଉଛନ୍ତି । ପାକିସ୍ତାନ ଉପରକୁ ବିପଦ ପରେ ବିପଦ ମାଡି ଆସୁଥିବା ବେଳେ ପାକିସ୍ତାନ ବାସୀଙ୍କୁ ଧୋକା ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ବାସଭବନ ନିକଟର ଡ୍ରୋନ୍‌ ଆଟାକ୍‌ ହୋଇଛି । ଇସଲାମାବାଦ ଆକାଶରେ ଉଡ଼ୁଛି ଭାରତୀୟ ବାୟୁସେନା ବିମାନ । ପାକିସ୍ତାନର ୩ଟି ସହରରେ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଛି ଭାରତ । ଏହାରି ମଧ୍ୟରେ ପାରାମିଲିଟାରି ଡିଜିଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ସେପଟେ ରାୱଲପିଣ୍ଡିରେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ସେନା ହେଡ୍‌କ୍ୱାର୍ଟର । ଭାରତର ଡ୍ରୋନ୍‌ ଆକ୍ରମଣର ପାକିସ୍ତାନ ପାଖରେ କୌଣସି ଜବାବ ନାହିଁ । ପାକିସ୍ତାନର ବଡ଼ବଡ଼ ସହରରେ ଏବେ କେବଳ ଜରୁରୀକାଳୀନ ସାଇରନ୍ ବାଜିବାରେ ଲାଗିଛି । କ୍ୱେଟାରେ ଥିବା ପାକ୍‌ ସେନା କ୍ୟାମ୍ପ୍‌ ଉପରେ ଆକ୍ରମଣ ହେଉଛି । ସେହଭଳି ବଲୁଚିସ୍ତାନରେ ବି ପାକ୍‌ ସେନା କ୍ୟାମ୍ପ୍‌ ଉପରେ ଧ୍ୱଂସଲୀଳା ରଚିଛି ଭାରତର ବାୟୁସେନା ବିମାନ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଡ୍ରୋନ୍ ଆଟାକ୍‌ ପରେ ଶେହବାଜ୍‌ ଶରିଫ୍‌ ଦୁବାଇ ପଳାୟନ କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *