ଗର୍ଜନ କରୁଛି ଶଙ୍ଖ ମଉଳୁଛି ମୋହନଙ୍କ ପଦ୍ମ
ଖୋଜି ପାରୁନାହାନ୍ତି ନେତା ଟ୍ରୋଲ କରୁଛନ୍ତି ଜନତା
ନବୀନଙ୍କ ଯୋଜନାକୁ ହଟାଇଲେ ନିଜ ଯୋଜନା ପାଇଁ ହଟ୍ଟହଟ୍ଟା ହେଲେ
ବାରମ୍ୱାର ବିଭିନ୍ନ କାରଣ ପାଇଁ ବର୍ତ୍ତମାନର ସରକାରଙ୍କୁ ଟ୍ରୋଲ କରୁଛନ୍ତି ସାଧାରଣ ଜନତା । ପୂର୍ବ ସରକାରଙ୍କ ଯୋଜନାର ରଙ୍ଗ ଓ ନାମ ପରିବର୍ତ୍ତନ କରି କେତେବେଳେ ସରକାର ହଟ୍ଟହଟ୍ଟା ହେଉଛନ୍ତି ତ ଆଉ କେତେବେଳେ ନିଜ ଦଳର କନ୍ଦଳ ପାଇଁ ସରକାର ବଦନାମ ହେଉଛନ୍ତି ।
ହଁ ଦର୍ଶକବନ୍ଧୁ ଖରାର ତାତି ଠାରୁ ବର୍ତ୍ତମାନ ଅଧିକ ରହିଛି ରାଜ୍ୟ ରାଜନୀତିର ତାତି । ସରିଛି ବିଜେଡିର ନବକଳେବର ନୂଆ ମୁଖିଆ ପାଇଛି ବିଜେଡି । ସେପଟେ ଅପେକ୍ଷାରେ ଜନତା କେବେ ରାଜ୍ୟ ମୁଖିଆ ଖୋଜି ପାଇବ ବିଜେପି । ରାଜ୍ୟର ଦୁଇ ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳକୁ ନେଇ ସରଗରମ ହେଉଛି ରାଜ୍ୟ ରାଜନୀତି । ନୂଆ ମୁଖିଆ ପାଇଁ ବିଜେପି ଶିବିରରେ କସରତ ଚାଲିଛି ଆଉ ସେପଟେ ବିଜେଡିର ନୂଆ ମୁଖିଆ ଭାବେ ଦାୟିତ୍ୱ ନେଇସାରିଛନ୍ତି ନବୀନ ପଟ୍ଟନାୟକ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବାରମ୍ୱାର ଓଡିଶା ଗସ୍ତରେ ଆସୁଛନ୍ତି । ଦଳୀୟ କନ୍ଦଳକୁ ସୁଧାରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ପଛରେ ପଡିଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏପଟେ ଦିଲ୍ଲୀରେ ବସି ଅନାଇଛନ୍ତି ମୋଦି ନିର୍ବାଚନ ଜିତି ନବମ ଥର ପାଇଁ ସଭାପତି ହୋଇଗଲେ ନବୀନ ପଟ୍ଟନାୟକ ।
ସଭାପତି ଭାବେ ଦାୟିତ୍ୱ ନେଉ ନେଉ ମୋହନଙ୍କ ଉପରେ ବର୍ଷିଥିଲେ ନବୀନ ଏବଂ କିପରି ଭାବେ ବିଜେଡି ଆଗାମୀ ଦିନରେ ଓଡିଶାର ଜନସାଧାରଣଙ୍କ ସ୍ୱର ସାଜିବ ସେ ନେଇ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ । ବିଜେପି ରଙ୍ଗମରା ସରକାର ଅଟେ । ମିଛ ପ୍ରଚାର କରି ବିଜେପି ଜିତିଛି । ଜନ କଲ୍ୟାଣକାରୀ ଯୋଜନା ହେଉଛି ବିଏସକେୱାଇ ଯୋଜନା ଏହା ବିରୁଦ୍ଧରେ ସରକାର ଚକ୍ରାନ୍ତ କରିଛନ୍ତି । ପୁରୁଣା ଯୋଜନାର ନାମ ପରିବର୍ତ୍ତନ କରିବା ମୋହନଙ୍କୁ ମହଙ୍ଗା ପଡିବ ।
ନବୀନଙ୍କ ୱାର୍ଣ୍ଣିଂ ପରେ ବିଜେପି ଶିବିରରେ ସୃଷ୍ଟି ହୋଇଛି କମ୍ପନ । ମୁଖ୍ୟମନ୍ତ୍ରୀ ନହେଲେ ବି ଏବେ ପର୍ଯ୍ୟନ୍ତ କମିନାହିଁ ନବୀନଙ୍କ ଲୋକପ୍ରିୟତା ଓଲଟା ଏହା ବୃଦ୍ଧି ପାଇବାରେ ଲାଗିଛି । ତେବେ ଦେଖିବାକୁ ବାକି ରହିଲା ନବୀନଙ୍କ ଲୋକପ୍ରିୟତାକୁ ମୋହନ ଭେଦ କରିପାରୁଛନ୍ତି ନା ଏମିତି ବାରମ୍ୱାର ହଟ୍ଟହଟ୍ଟା ହେଉଛନ୍ତି ।