ମଝିନଈରେ ଫସିଗଲେ ମୋହନ । ଶୁଣୁନାହାନ୍ତି ମୋଦି ଏପଟେ ରୋଲ୍ ଦେଖାଉଛନ୍ତି ନେତା । ହଁ ଆଜ୍ଞା. ଗତ କିଛି ଦିନ ଧରି ବିଜେପି ନେତାଙ୍କ ଆଚରଣ ପାଇଁ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଛି । ବିଧାନସଭା ପରି ପବିତ୍ର ଗୃୃହରେ ଖୋଦ ଶାସକ ଦଳର ନେତା ବିରୋଧୀଙ୍କ ଉପରକୁ ହାତ ଉଠାଇବା ଏବଂ ରାଗ ତମତମ ହୋଇ ଅସଭ୍ୟ ଭାଷା କହିବାକୁ ରାଜନୈତିକ ସହ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏବଂ ଜବାବ ଦେବା ନେଇ ଦାବି କରାଯାଉଛି । କିନ୍ତୁ ସବୁଠୁ ବଡ କଥା ମୁଖ୍ୟମନ୍ତ୍ରୀ କାହିଁକି ଏସମ୍ପର୍କରେ ଏଯାଏଁ କିଛି ବି ମନ୍ତବ୍ୟ ରଖିନାହାନ୍ତି ସେନେଇ ପ୍ରଶ୍ନ ଉଠୁଛି । ବିଭିନ୍ନ ସ୍ଥାନରେ ବିରୋଧୀ କଣ କଲେ. ପୂର୍ବତନ ମୁଖ୍ୟମନ୍ତ୍ରୀ କଣ କରିିଥିଲେ, ସେ ସମ୍ପର୍କରେ ବୟାନବାଜି କରୁଥିବା ମୋହନ ମାଝୀ ନିଜ ଦଳର ନେତାଙ୍କ ଏପରି ଆଚରଣ ସମ୍ପର୍କରେ କାହିଁକି ଚୁପ ରହିଛନ୍ତି , କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ, ଏବଂ ହାଇକମାଣ୍ଡଙ୍କ ଅର୍ଡରକୁ ଅପେକ୍ଷା କରିଛନ୍ତି କି ସେନେଇ ମଧ୍ୟ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅନ୍ୟପଟେ ବାରମ୍ବାର ବିବାଦୀୟ ବୟାନ ଦେଇ ବିଜେପିକୁ ହଟହଟ୍ଟା କରୁଥିବା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ମଧ୍ୟ ଆଦୌ ତାଗିଦ କରାଯାଉନି । କେତେବେଳେ ମନ୍ତ୍ରୀ ପଦକୁ ନେଇ ତ ଆଉ କେତେବେଳେ ଓଡିଶାକୁ ଭାଗ ଭାଗ କରିବାକୁ ନେଇ ବିବାଦୟୀ ବୟାନ ଦେଉଛନ୍ତି ଜୟନାରାୟଣ । ଏପରିକି ରାଜ୍ୟ ସଙ୍ଗୀତ ଗାନ ବେଳେ ଜୟନାରାୟଣ ଛିଡା ହେବା ପରିବର୍ତେ ଚେୟାରରେ ବସି ରହି ଅପମାନ ଦେଉଛନ୍ତି । କିନ୍ତୁ ଏ ସମ୍ପର୍କରେ ମଧ୍ୟ ମୋହନ ନିଜ ପାଟିରେ ତାଲା ପକାଇଛନ୍ତି । ଯାହାକୁ ସାଧାରଣରେ ଆଦୌ ଗ୍ରହଣ କରାଯାଉନାହିଁ । ଏବଂ ମୋହନ ମାଝୀଙ୍କୁ ସମାଲୋଚନା କରାଯାଉଛି ।
ତେବେ କେବଳ ଏତିକି ନୁହେଁ, ବିଧାନସଭାରେ ସାମ୍ବାଦିକଙ୍କୁ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ସେନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି । ଗୋଟିଏ ପଟେ ନିର୍ବାଚନର ସମୟରେ ବିଜେପି ସରକାରକୁ ଆସିଲେ ସାମ୍ବାଦିକମାନଙ୍କ କଣ୍ଠରୋଧ କରାଯିବନି ବୋଲି ବଡବଡ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏବେ ବିଜେପି ନେତାଙ୍କ ଭିଡିଓ ଭାଇରାଲ ହେବାରୁ ବିଧାନସଭାରେ ସାମ୍ବାଦିକମାନଙ୍କ ମୋବାଇଲ ବ୍ୟାନ କରିଦେଇଛି ମୋହନ ସରକାର । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଡିଜିଟାଲ ଭାରତର କଥା । ହେଲେ ସେହି ସମୟରେ ବିଧାନସଭାର ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ କେମିତି ମୋବାଇଲ୍ ବ୍ୟାନ କରଗଲା । ଏନେଇ ପ୍ରଶ୍ନ ଉଠିଲାଣି । ତେବେ ଏତେ ସବୁ ବିବାଦ ଘେରରେ ଫସିଥିବା ମୋହନ ସରକାର ଆଗକୁ କଣ କରୁଛନ୍ତି ଏବଂ କିପରି ବିବାଦ ମୁକ୍ତ ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।