ଗତ ୨୪ ତାରିଖ ଦିନ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମରେ କାଞ୍ଜି ଅଅଁଳା ଯାତ୍ରା ଅବସରରେ ପ୍ରତିଯୋଗିତା ମୂଳକ ରାମାୟଣ ନାଟକ ପରିବେଷଣ କରାଯାଉଥିଲା.ଖଲ୍ଲିକୋଟ ଚୀକିଲି ଅଂଚଳର ରାମାୟଣ ନାଟକ ସେଠାରେ ଏକ ପକ୍ଷରେ ପରିବେଷଣ ହେଉଥିବା ବେଳେ ମଞ୍ଚରେ କଳାକାର ମାନେ ଏକ ଦୃଶ୍ୟକୁ ଜୀବନ୍ତ କରିବା ଆଳରେ ଜୀବନ୍ତ ନାଗ ସାପ କୁ ଖେଳାଇବା ସହ ଜୀବନ୍ତ ଘୁରୁରିକୁ ମାରି ଥିବା ଦୃଶ୍ୟ ପରିବେଷଣ କରିଥଲେ . ଯାହାକି ଆଇନ ଗତ ଦଣ୍ଡନୀୟ . ଏହି ଆଧାରରେ ହିଞ୍ଜିଳି ଥାନାରେ ବର୍ବରତା ଭାବେ ଅସୁର ଭୂମିକାରେ ଅଭିନୟ କରି ଘୁଷୁରୀ ମଞ୍ଚ ରେ ମାରି ଖାଇବା ଅଭିଯୋଗରେ ବିମ୍ବାଧର ଗୌଡ ଗିରଫ ହୋଇଛନ୍ତି . ସେହି ଭଳି ବନ ବିଭାଗ ପକ୍ଷରୁ ଉକ୍ତ ଘଟଣା ପ୍ରକାରେ ନାଟ୍ୟ ମେନେଜର ନାରାୟଣ ସ୍ବାଇଁ ଗିରଫ ହୋଇଥିବା ଜଣାପଡ଼ିଛି . ହିଞ୍ଜିଳି ଥାନା ପକ୍ଷରୁ ଏନେଇ ତଦନ୍ତକୁ ବ୍ୟାପକ କରାଯାଇଛି. ଅନ୍ୟ ସଶ୍ଲିଷ୍ଠ ଥିବା ତିନି ଜଣଙ୍କୁ ଖୋଜା ଚାଲିଥିବା ନେଇ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ସୂଚନା ଦେଇଛନ୍ତି . ଏପଟେ ଚିକୀଲି ଗାଁ ର ଚକା ଠାକୁର ଗଣ ନାଟ୍ୟ ର କଳାକାର ମାନେ ଏହି ଘଟଣା କୁ ସମ୍ପୁର୍ଣ୍ଣ ଖଣ୍ଡନ କରି .ଉକ୍ତ କମିଟି ଏହି ବିଭତ୍ସ କାଣ୍ଡକୁ ଭିଆୟୀ ଥିବା ପ୍ରକାଶ କରିଛନ୍ତି.
