ମଞ୍ଚରେ ବସିଛନ୍ତି ମୁଖ୍ୟମନ୍ତ୍ରୀ; ମୋହନଙ୍କ ଆଗରେ କଥା କଟାକଟି ହେଲେବିଧାୟକ-ସାଂସଦ

ମଞ୍ଚରେ ବସିଛନ୍ତି ମୁଖ୍ୟମନ୍ତ୍ରୀ; ମୋହନଙ୍କ ଆଗରେ କଥା କଟାକଟି ହେଲେବିଧାୟକ-ସାଂସଦ

୬ ମାସ କ୍ଷମତାରେ ରହିବା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ମାନୁ ନାହାନ୍ତି ନେତା । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଆଗରେ କଥା କଟାକଟି ହେଉଛନ୍ତି ବିଧାୟକ-ସାଂସଦ । ହଁ ଆଜ୍ଞା, ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । କିପରି ମଞ୍ଚରେ ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି । କିନ୍ତୁ ତାଙ୍କୁ ଖାତିର ନକରି କଂଗ୍ରେସ ବିଧାୟକ ତାରାବାହିନୀ ପତି ଏବଂ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୁକ୍ତିତର୍କ କରୁଛନ୍ତିା ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହାକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଉଛି ।

ତେବେ ଏଦୃଶ୍ୟ ହେଉଛି କୋରାପୁଟର ପ୍ରସିଦ୍ଧ ଲୋକମହୋତ୍ସବ ପରବ ଉତ୍ସବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ . ଜୟପୁର ବିଧାୟକ ତାରା ବାହିନୀ ପତିଙ୍କ ସମେତ ଅନ୍ୟ ନେତା ପ୍ରମୁଖ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏବଂ ଏହି ଉତ୍ସବର ଆନନ୍ଦ ନେଉଥିଲେ । ଆଉ ଏହି ସମୟରେ ବିଧାୟକ ତାରା ବାହିନୀ ପତି ଏବଂ ସାଂସଦ ବଳଭଦ୍ରା ମାଝୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ଆରମ୍ଭ ହୋଇଯାଇଥିବା ଏବଂ ଉଭୟଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏବଂ ସବୁଠୁ ବଡ କଥା ହେଉଛି ଉଭୟଙ୍କ ମଝିରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିଛନ୍ତି । କିନ୍ତୁ ନା ଏ ଦୁଇ ଜଣେ ନେତା ନିଜ ବ୍ୟବହାର ଉପରେ ଧ୍ୟାନ ଦେଉଛନ୍ତି ନା ମୁଖ୍ୟମନ୍ତ୍ରୀ ସେମାନଙ୍କ କଥାରେ କିଛି ବି ପ୍ରତିକ୍ରିୟା ରଖୁଛନ୍ତି । ଯାହାକୁ ନେଇ ବିଧାୟକ ଏବଂ ସାଂସଦଙ୍କୁ ସମାଲୋଚନା କରାଯାଉଛି ।
ଅନ୍ୟପଟେ ପୂର୍ବରୁ ମଧ୍ୟ ଦଳୀୟ ସଭାରେ ଏବଂ ଦଳୀୟ ନେତାଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କୁ ନେତାମାନେ ଏତେଟା ପ୍ରାଧାନ୍ୟ ଦେଉନଥିବା ନଜିର ରହିଛି । ଆଉ ଏ ଭିଡିଓ ଭାଇରାଲ ହେବା ପରେ ଅନ୍ୟ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ମଧ୍ୟ ପ୍ରଶ୍ନ ଆସୁଛି । ତେବେ ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ କୋରାପୁଟ ବିକାଶ ସମ୍ପର୍କରେ ଏକ ବୟାନକୁ ନେଇ ରାଗି ଯାଇଥିଲେ ଜୟପୁର ବିଧାୟକ ତାରା ବାହିନୀ ପତି । କୋରାପୁଟର ବିକାଶ ନେଇ ସାଂସଦଙ୍କ ଏକ ବୟାନରେ ଉତକ୍ଷିପ୍ତ ହୋଇଥିଲେ ତାର।। ଏବଂ ଉଭୟଙ୍କ ମଧ୍ୟରେ କଟା କଟାକଟି ପରିସ୍ଥତି ସୃଷ୍ଟି ହୋଇଥିଲା । କିନ୍ତୁ ପରବର୍ତୀ ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ଉଭୟଙ୍କ ମଧ୍ୟରେ ହସ୍ତକ୍ଷେପ କରି ଜୟପୁର ବିଧାୟକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *