ମଞ୍ଚରେ ବସିଥିଲେ ମୋହନ। ହଠାତ ମନେ ପଡିଗଲା ଖାଇବା କଥା। ପଚାରିଲେ ଖାଇବା ବ୍ୟବସ୍ଥା ହେଲାଣି ନା ନାହିଁ। ହଁ ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଏହି ଖାଇବା ଭିଡିଓ ଟି ଏବେ ଖୁବ ଭାଇରାଲ ହେଉଛି। ମଞ୍ଚ ଉପରେ ଥାଇ ମାଇକରେ ଏପରି କହିବାକୁ ଟ୍ରୋଲ ମଧ୍ଯ କରାଯାଉଛି। ତେବେ ଆପଣ ନିଜେ ଶୁଣନ୍ତୁ ମୁଖ୍ୟମନ୍ତ୍ରୀ ଭରା ସଭାରେ ଖାଇବାକୁ ନେଇ କଣ କହୁଛନ୍ତି।
ଏହା ପୂର୍ବରୁ ମଧ୍ଯ ଅନେକ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନ୍ୟ ପ୍ରସଙ୍ଗ ଛାଡି କେବଳ ଖାଇବା ପ୍ରସଙ୍ଗ ଉପରେ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି। କେତେବେଳ ଦହିବରା ଖାଇବାକୁ ମିଳିଲାନି ବୋଲି କହୁଛନ୍ତି ତ ଆଉ କେତେବେଳେ ମିଠା କିପରି ଚିହ୍ନିବେ ତାର ଟେକନିକ୍ ବୁଝାଉଛନ୍ତି।