ମଞ୍ଚ ଉପରେ ଧର୍ମେନ୍ଦ୍ରଙ୍କୁ ଖୋଜିଲେ ଲୋକେ !

ମଞ୍ଚ ଉପରେ ଧର୍ମେନ୍ଦ୍ରଙ୍କୁ ଖୋଜିଲେ ଲୋକେ !

ଦର୍ଶକ ବନ୍ଧୁ ନିକଟରେ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଶୁଭାରମ୍ଭ କରିବାକୁ ପହଂଚିଥିଲେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା . ଏହି ଅବସରରେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିବା ବେଳେ ନଜର ଆସିନଥିଲେ ଧର୍ମେନ୍ଦ୍ର . ଯାହାକୁ ଦେଖିବା ପରେ ଲୋକେ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ବୈଜୟନ୍ତଙ୍କୁ ଡାକିଲେ ହେଲେ ଧର୍ମେନ୍ଦ୍ରଙ୍କୁ ଡାକିଲେନି . ଯଦି ଆମେ ଦେଖିବା ଦିଲ୍ଲୀରେ ନିର୍ବାଚନ ପରେ ବୈଜୟନ୍ତ ପଣ୍ଡାଙ୍କ କ୍ରେଜ ଟିକେ ବଢ଼ିଯାଇଛି . ଅପରପକ୍ଷେ ରାଜ୍ୟରେ କେବଳ ମୋହନ ହିଁ ରାଜ୍ୟର ନେତା ବୋଲି କେନ୍ଦ୍ରୀୟ ନେତା ମାନେ ଦର୍ଶାଉଛନ୍ତି . ତେଣୁ ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ କ୍ରେଜ କମୁଥିବା କଥା ଚର୍ଚ୍ଚା ହେଉଛି . ଆଉ ଏହାରି ଭିତରେ ରାଜ୍ୟରେ ଏତେ ବଡ଼ ଯୋଜନାର ଶୁଭାରମ୍ଭ ହେଲା କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁପସ୍ଥିତି ଏହି ଚର୍ଚ୍ଚାକୁ ଖୋରଖ ଯୋଗାଇଛି .

ତେବେ କଟକ ସ୍ଥିତ ବାଲିଯାତ୍ରା ପଡ଼ିଆଠାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାକୁ ଓଡ଼ିଶାରେ ମାନନୀୟ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଶୁଭାରମ୍ଭ କରିଛନ୍ତି . ଏହି କାର୍ଯ୍ଯକ୍ରମରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗରିମାମୟ ଉପସ୍ଥିତିରେ ରାଜ୍ୟର ପ୍ରାୟ ୩.୫୧ କୋଟି ଲୋକଙ୍କୁ ଦେଶରେ ୨୯ ହଜାରରୁ ଊର୍ଦ୍ଧ୍ଵ ହସ୍ପିଟାଲରେ ନିଃଶୁଳ୍କ ସ୍ଵାସ୍ଥ୍ୟ ସୁବିଧାର ସୁଯୋଗ ପ୍ରଦାନ କରିଛନ୍ତି.

ଏହି ଭବ୍ୟ ସମାରୋହରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି ସିଂଦେଓ, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ମାନ୍ୟବର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ମୁଖ୍ୟ ସଚିବ, ଓଡ଼ିଶା ସରକାର ଓ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ତଥା ଅନ୍ୟାନ୍ୟ ବିଧାୟକ ଓ ନେତୃତ୍ୱମାନେ ମଧ୍ୟ ଉପସ୍ଥିତ ଥିଲେ.

author

Related Articles

Leave a Reply

Your email address will not be published. Required fields are marked *