ଦଶହରାରେ ପୂଜା ମାହୋଲ ଜମିବା ସହ ରାଜନୀତିର ମାହୋଲ ବି ବେଶ୍ ଉଷ୍ମ ରହିଛି । ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ ଚାଲିଛି ପ୍ରତିଯୋଗୀତା । ତେବେ ହାରିବା ପରଠାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କିପରି ପୂବପରି ଲୋକପ୍ରୟ ହେବେ ସେନେଇ ରଣନୀତି ପ୍ରସ୍ତୁତ କରିବା ସହ ମଇଦାନକୁ ଓହ୍ଲାଉଛନ୍ତି । ଗଣେଷ ପୂଜାରୁ ପୂଜା ମଣ୍ଡପ ବୁଲିବା ସହ ଲୋକଙ୍କ ନିକଟତର ହେଉଛନ୍ତିା ଯାହା ନବୀନଙ୍କ କ୍ରେଜକୁ ଆହୁରି ଦ୍ୱିଗୁଣ ବଢାଇ ଦେଉଛିା ଏବଂ ନବୀନଙ୍କୁ ପାଖରେ ପାଇ ଲୋକମାନେ ମଧ୍ୟ ବିଜେଡି ପ୍ରତି ନିଜ ନଜର ପରିବର୍ତନ କରୁଛନ୍ତି । ଯାହାକୁ ସହି ପାରୁନାହାନ୍ତି ବିଜେପି ନେତା । ଆଉ ଏହାକୁ ଦୃଷ୍ଟିରେ ରଖି ନବୀନଙ୍କ ଷ୍ଟାଇଲ ଏବଂ ଷ୍ଟ୍ରାଟେଜୀ ଫଲୋ କରଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିନ୍ତୁ କପି ପେଷ୍ଟ ଷ୍ଟ୍ରାଟେଜୀରେ ବି ମାଟି କାମୁଡି ପଡିଲା ରାଜ୍ୟ ବିଜେପି । ପୂଜା ମଣ୍ଡପରେ ନବୀନଙ୍କୁ ଦେଖିବାକୁ ଯେତିକି ଗହଳି ଲାଗିଥିଲା ମୋହନଙ୍କୁ ଦେଖିବାକୁ ସେତେ ଟା ଗହଳି ପରିଲକ୍ଷିତ ହୋଇନଥିଲା । ଆଉ ଏହାକୁ ନେଇ ବିଜେପି ବିଜେଡି ସହିତ ପ୍ରତିଯୋଗୀତା କରୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ।
ଅନ୍ୟପଟେ କିନ୍ତୁ ବିଜେପି ନେତାମାନେ ମଣ୍ଡପ ବୁଲିବାକୁ ନେଇ ବିଜେଡି ପ୍ରତିଯୋଗୀତା କରୁଥିବା ଏବଂ ଏହି ମଣ୍ଡପ ବୁଲିବା ବିଜେପିର ଷ୍ଟ୍ରାଟେଜୀ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର କଣ ତାହା ସାଧାରଣ ଜନତା ଜାଣି ସାରିଲେଣି । ତେବେ ଦେଖାଯାଉ ଆଗକୁ କାହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ଏବଂ କିଏ ଲୋକଙ୍କ ମନ ଜିଣୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।
