ମଧ୍ୟପ୍ରଦେଶରେ ମାଗଣାରେ ଚାହା ବାଣ୍ଟିଲେ ଚାହା ଦୋକାନୀ

ମଧ୍ୟପ୍ରଦେଶରେ ମାଗଣାରେ ଚାହା ବାଣ୍ଟିଲେ ଚାହା ଦୋକାନୀ

5ଟି ରାଜ୍ୟରେ ନିର୍ବାଚନ ସରିଯାଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରେ ବିଜେପିର ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଖୁସିରେ ଜଣେ ଚାହା ଦୋକାନୀ ମାଗଣା ଚାହା ବାଣ୍ଟିଛନ୍ତି । ଲୋକଙ୍କୁ ଚାହା ହାଣ୍ଟିଛନ୍ତି ଏବଂ କାହାଠାରୁ ଟଙ୍କାଟିଏ ମଧ୍ୟ କହିନାହାନ୍ତି । ଉଜ୍ଜୟିନୀର ଘାସ ମାଣ୍ଡି ଅଞ୍ଚଳରେ ଥିବା ହରିଓମ କାଫେକୁ ଆସୁଥିବା ବିଭିନ୍ନ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ମାଗଣା ଚା’ ଦେଇ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥିବା ନେଇ ଖୁସି ଜାହିର କରିଛନ୍ତି ଚା ଦୋକାନୀ । ଏନେଇ ଦୋକାନରେ ଏକ ବଡ଼ ବୋର୍ଡ ମଧ୍ୟ ଲଗାଯାଇଛି । ଏଥିପାଇଁ ଦୋକାନରେ ଭିଡ଼ ମଧ୍ୟ ଜମିଛି ।

author

Related Articles

Leave a Reply

Your email address will not be published. Required fields are marked *