ଆସନ୍ତା ୧୮ ତାରିଖରୁ ଖୋଲିବ ସ୍କୁଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏବଂ ସ୍କୁଲ ଖୋଲିବା ପରେ ପିଲାମାନଙ୍କୁ କିପରି ଠିକ୍ ରୂପେ ମଧ୍ୟାହ୍ନ ଭୋଜନ ଦିଆଯିବ ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଯେପରି ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ ସେଥିପ୍ରତି ସରକାର ବିଶେଷ ଧ୍ୟାନ ଦେଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଛି। ରୋଷେୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବାକୁ ଦେବା ପୂର୍ବରୁ ଭଲ ଭାବେ ଚାଖିବେ। ସାମଗ୍ରୀଗୁଡ଼ିକ ଖାଇବା ଯୋଗ୍ୟ ନଥିଲେ ନଷ୍ଟ କରିବା ଦିଗରେ ସ୍କୁଲ ପ୍ରଧାନଶିକ୍ଷକ ପଦକ୍ଷେପ ନେବେ ନିର୍ଦ୍ଦେଶ ରହିଛି ।

You can share this post!
author