ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ଛାତ୍ରଛାତ୍ରୀଙ୍କୁ କ୍ଷୀର ଦେବା ନେଇ ରାଜ୍ୟ ସରକାର ଯୋଜନା ଚଳାଇଥିବା ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ୨୦୦ ମିଲିମିଟର ଭିଟାମିନ୍ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ସରକାର ଯୋଜନା କରୁଛନ୍ତି । ତେବେ ଓଡିଶା ଗସ୍ତରେ ଆସିଥିବା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗ ପୁରରେ ଗିଫ୍ଟ ମିଲକ କା ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହଂ ଗିଫ୍ଟ ମିଲକ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨୦୦ ମିଲିମିଟର କ୍ଷୀର ଦେବାର ଶୁଭାରମ୍ଭ ହୋଇଛି । ତେବେ ଏହି ଯୋଜନାରେ ପିଲାଙ୍କ ପୋଷରେ ଭିଟାମିନ୍ ଭରପୁର ରହିବା ପାଇଁ ଅନେକ ବ୍ୟବସ୍ଥା କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

You can share this post!
author